ସହିଦ ବିପିନ ରାୱତଙ୍କ ବିୟୋଗରେ ଶୋକପ୍ରସ୍ତାବ

0
666
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହୋଇଛି ଶୋକ ପ୍ରସ୍ତାବ। ବିଧାନସଭା ଶୀତ ଅଧିବେଶନର ଅଷ୍ଟମ ଦିନରେ ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି।

ସେପଟେ ଦୀର୍ଘଦିନ ଧରି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁ ନଥିବା ବେଳେ ଆଜି ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅମର ଆତ୍ମାର ସଦଗତି କାମନା କରିବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଗତ ୭ ଦିନରେ ଘଣ୍ଟାଏ ବି ଚାଲିପାରିନି ବିଧାନସଭାର ଶୀତକାଳୀନ ଅଧିବେଶନ । ଧୋଇହୋଇଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ । ମାଇଲେଜ ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ରାଜନୈତିକ ନାଟକ ରଚୁଛନ୍ତି। କେବଳ ଏତିକି ନୁହେଁ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ୩ ଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ ମାରିଛି।

Also Read  କେବୁଲ କାର ଦୁର୍ଘଟଣା ଘଟଣା , ଉଦ୍ଧାର କାର୍ଯ୍ୟ ଶେଷ , ବଞ୍ଚିଗଲା ୪୭ ଲୋକଙ୍କ ଜୀବନ