ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

0
1201
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

ଭୁବନେଶ୍ୱର: ଅଗଷ୍ଟ ୨୨: ବାଇକ ଓ କାର ମଧ୍ୟରେ ସାମାନ୍ୟ ଗୋଟିଏ ଦୁର୍ଘଟଣା ପାଇଁ, କାର ଚାଳକ ବାଇକ ଆରୋହୀଙ୍କୁ ଗୋଡ଼ାଇ ଗୋଡ଼ାଇ ଗାଡି ଚଢେଇ ଦେବା ଫଳରେ, ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି I ବେଙ୍ଗାଳୁରୁ ରାସ୍ତା ଉପରେ ସାମାନ୍ୟ ଘଟଣାକୁ ନେଇ, ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ସିସିଟିଭି ଫୁଟେଜ ରେ ଦେଖାଯାଇଛି ଯେ ‘ ସହର ରାସ୍ତାରେ ବାଇକକୁ କାର ପିଛାକରୁଛି I ସହରର ବିଦ୍ୟାରାନ୍ୟପୁରI ଅଞ୍ଚଳରେ ଏହି ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ପୋଲିସ କହିଛି। ବାଇକ ଆରୋହୀ ଗୁରୁତର ଆହତ ହୋଇ ଆହତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ପୋଲିସ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରି ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅଧିକ ଅନୁସନ୍ଧାନ ଚାଲିଛି।
ରାସ୍ତାରେ ଛୋଟ ଛୋଟ ଘଟଣାକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି I ନିକଟରେ ବେଙ୍ଗାଲୁରୁରେ ଅନ୍ୟ ଏକ ଘଟଣାରେ, ଜଣେ ବାଇକ ଚାଳକ ଗୋଟିଏ କାର ଉପରେ ଆକ୍ରମଣ କରି ସେମାନଙ୍କ କାରର ୱିଣ୍ଡସ୍କ୍ରିନକୁ ଭାଙ୍ଗି ଦେଇଥିଲା I କାରରେ ବସିଥିବା ଦମ୍ପତ୍ତି ଚିତ୍କାର କରିଥିଲେ ଯେ ସେମାନଙ୍କ ସହିତ ଏକ ସନ୍ତାନ ଅଛି।
କାରଟି କୌଣସି ସୂଚନା ( indication ନ ଦେଇ ବାମ ପଟକୁ ଯିବା ପରେ ବାଇକ ଚାଳକଙ୍କ କ୍ରୋଧିତ ହୋଇ ଏହିପରି କରିଥିଲେ ବୋଲି କୁହାଯାଉଛି I
ବାଇକ ଚାଳକ ରାଗରେ କବାଟ ଖୋଲିବାକୁ ଚେଷ୍ଟା କରିଛି ଏବଂ ତା’ପରେ ଏକ ବଡ଼ ପଥର ଉଠାଇ କାର ଚାରିପଟେ ବୁଲୁଥିବା ଦେଖାଯାଇଛି, ସମ୍ଭବତଃ ସେ ଏହି ପଥରଟିକୁ କାର ଉପରକୁ ଫୋପାଡିବା ପାଇଁ ଉଦ୍ୟତ ହେଉଥିଲା I ଘଟଣାସ୍ଥଳରେ ଥିବା ଲୋକେ, ତା ହାତରୁ ପଥରଟିକୁ ଛଡାଇ ନେଇଥିଲେ I
ପୁଲିସ ବାଇକ ଚାଳକକୁ ଥାନାରେ ଅଟକ ରଖି, ଅନୁସନ୍ଧାନ କରୁଛନ୍ତି I

Also Read  Infosys announces to return Rs 13,000 cr to shareholders upon incurring profit in March