ସ୍ବଦେଶ ଫେରିବେ ଗୋଟାବୟ

0
940

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ସ୍ବଦେଶ ଫେରିଆସିବାକୁ ଯୋଜନା କରିଛନ୍ତି। ଜୁଲାଇ ୧୪ ତାରିଖରେ ଗୋଟାବୟ ଦେଶ ଛାଡି ପ୍ରଥମେ ମାଳଦ୍ବୀପ ପଳାଇଥିଲେ। ପରେ ସେଠାରୁ ସେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଥାଇ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ପ୍ରାୟ ଦୁଇ ସପ୍ତାହ ହେଲା ସେ ସେଠାରେ ଅବସ୍ଥାପନ କରୁଛନ୍ତି। ସିଙ୍ଗାପୁରରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଗୋଟାବୟଙ୍କୁ ଭୁଲ୍ ନିଷ୍ପତ୍ତିକୁ ଦାୟୀ କରି ଦେଶବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରି ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିଥିଲେ। ଗୋଟାବୟଙ୍କ ଇସ୍ତଫା ପରେ ରନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

Also Read  ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ