ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ଆଉ ୧୫ କୋଟି ଟଙ୍କା ଜବତ କଲା ଇଡି

0
101

କୋଲକାତା: ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଟଙ୍କା ଗଣା ଚାଲିଛି । ପୁଣି ଆହୁରି କେତେ ବାହାରିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡିବ । ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଜବତ ଟଙ୍କା ଓ ସୁନା ଅର୍ପିତାଙ୍କ ଘରର ଗୋଟିଏ ଥାକରେ ରହିଥିଲା।

ଏହାପୂର୍ବରୁ ଅର୍ପିତାଙ୍କ ଆଉ ଗୋଟିଏ ଫ୍ଲାଟରୁ ଇଡିର ଅଧିକାରୀମାନେ ନଗଦ ୨୧ କୋଟି ଟଙ୍କା ଜବତ କରିଥିଲେ। ଏଥିସହ ସେଠାରୁ ୧ କୋଟି ଟଙ୍କା ସୁନା ମଧ୍ୟ ଜବତ କରାଯାଇଥିଲା। ଟଙ୍କା ମିଳିବା ପରେ ଇଡି ପକ୍ଷରୁ ଅର୍ପିତାଙ୍କର ୨ଟି ଫ୍ଲାଟ ମଧ୍ୟରୁ ଗୋଟିଏକୁ ଇଡି ସିଲ୍‌ କରିଛି। ସେଠାରେ ଲାଗିଥିବା ଗୋଟିଏ ନୋଟିସରେ କୁହାଯାଇଛି ଯେ ଅର୍ପିତା ଫ୍ଲାଟ ମେଣ୍ଟେନାନ୍ସ ପାଇଁ ୧୧,୮୧୯ ଟଙ୍କା ବାକି ରଖିଛନ୍ତି। ଯେଉଁ ଘରୁ ୧୫ କୋଟି ଟଙ୍କା ମିଳିଛି, ସେଠାରେ ଏଭଳି ନୋଟିସ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅର୍ପିତା ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗ ହୋଇଥିବାରୁ ଶୁକ୍ରବାର ଇଡି ତାଙ୍କ ଘରେ ରେଡ କରିଥିଲା। ଏହି ସମୟରେ ସେଠାରୁ ୨୧ କୋଟି ଟଙ୍କା ମିଳିଥିଲା।

Also Read  ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

LEAVE A REPLY

Please enter your comment!
Please enter your name here