ଲାଲ୍‌କିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ବର: ଦେଶର ପ୍ରତ୍ୟେକ ନାଗରିକ ଦେଖିବାକୁ ଚାହୁଁଛନ୍ତି ପରିବର୍ତ୍ତନ, ଭ୍ରଷ୍ଟାଚାର ବିରୁଦ୍ଧରେ ଉଠିଛି ସ୍ବର

0
155

ନୂଆଦିଲ୍ଲୀ : ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ସ୍ବାଧୀନତାର ଉତ୍ସବ। ଆଜାଦି କା ଅମୃତ ଅଭିଯାନରେ ସମସ୍ତେ ସାମିଲ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରୀରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି।
ମୋଦୀ ତାଙ୍କ ଉଦ୍‌ବୋଧନରେ କହିଥିଲେ “ସ୍ୱାଧୀନତାର ୭୫ବର୍ଷ ପୂରଣ ହେତୁ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ, ଅନେକ ଅନେକ ଶୁଭେଚ୍ଛା।

କେବଳ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ନୁହେଁ, ବରଂ ବିଶ୍ବର ପ୍ରତ୍ୟେକ କୋଣ ଅନୁକୋଣରେ ଭାରତୀୟଙ୍କ ଦ୍ବାରା କିମ୍ବା ଯେଉଁମାନଙ୍କର ଭାରତ ପ୍ରତି ଅହେତୁକ ପ୍ରେମ ରହିଛି, ସେମାନଙ୍କ ଦ୍ବାରା ଆମ ଜାତୀୟ ପତାକା ତ୍ରିରଙ୍ଗା ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଉଡ଼ୁଛି। ସାରା ବିଶ୍ୱରେ ଥିବା ଦେଶପ୍ରେମୀମାନେ, ଯେଉଁମାନେ କି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି, ସେମାନଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଭାରତର ନାରୀମାନଙ୍କର ସଂକଳ୍ପ କ’ଣ? ଭାରତର ମହିଳାମାନେ ତ୍ୟାଗର ପରାକାଷ୍ଠା ପାଇଁ କ’ଣ କରିଛନ୍ତି। ସେହି ବିରାଙ୍ଗନା ମାନଙ୍କୁ ମନେପକାଇ ପ୍ରତ୍ୟେକ ଭାରତୀୟ ଆଜି ଗର୍ବ ଅନୁଭବ କରୁଛନ୍ତି। ସେ ରାଣୀ ଲକ୍ଷ୍ମୀବାଇ ହୁଅନ୍ତୁ ବା ବେଗର ହଜରତ ମହଲଙ୍କ ଭଳି ବିରାଙ୍ଗନାଙ୍କୁ ମନେ ପକାଇଛନ୍ତି ମୋଦୀ। ସମ୍ବିଧାନର ସ୍ଥପତି ବାବାସାହେବ ଆମ୍ବେଦକର, ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ବହୁ ମହାନ ବ୍ୟକ୍ତିଙ୍କୁ ପ୍ରଥମେ ପ୍ରଣାମ କରିଥିଲେ ମୋଦୀ। ସେ କହିଥିଲେ ଯେ ଆଜି ମହାନ ବ୍ୟକ୍ତିମାନଙ୍କୁ ସ୍ମରଣ କରିବାର ଦିନ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ୭୫ ବର୍ଷର ଯାତ୍ରା ଉତ୍ଥାନରେ ପରିପୂର୍ଣ୍ଣ ହୋଇଛି। ଏହା ମଧ୍ୟରେ ବି ଆମ ଦେଶବାସୀ ସଫଳତା ହାସଲ କରିଛନ୍ତି। ସଂକଳ୍ପଗୁଡିକୁ ପାଳନ କରିବାର ପୂର୍ଣ୍ଣ ପରାକାଷ୍ଠା ଦେଖାଇଛନ୍ତି। ତେଣୁ ଏହା ମଧ୍ୟ ସତ୍ୟ ଯେ ଶହ ଶହ ବର୍ଷର ଦାସତ୍ୱର ସମୟ ଭାରତର ଭାବନାକୁ ଗଭୀର କ୍ଷତ ଦେଇଛି, ଭାରତର ଭାବନାକୁ ଗଭୀର ଆଘାତ ଦେଇଛି, କିନ୍ତୁ ଏଥିରେ ଏକ ଗୋଟିଏ ଜିଦ୍‌ ମଧ୍ୟ ଥିଲା, ଏକ ଉତ୍ସାହ ମଧ୍ୟ ଥିଲା।

ଏବଂ ଏହାରି ଭିତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଶେଷ ପର୍ଯ୍ୟାୟରେ ଥିଲା, ସେତେବେଳେ ମଧ୍ୟ ଦେଶକୁ ହତାଶ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ ଅନେକ। କିନ୍ତୁ ସେମାନେ ଜାଣିନଥିଲେ ଯେ, ଏ ହେଉଛି ହିନ୍ଦୁସ୍ଥାନର ମାଟି, ଏହା ହେଉଛି ଭାରତମାତାର ମାଟି।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତରେ ଏମିତି କୌଣସି କୋଣ ନାହିଁ, ସମୟ ନାହିଁ, ଯେଉଁଠି ଦେଶବାସୀ ଶହ ଶହ ବର୍ଷ ଧରି ଦାସତ୍ୱ ବିରୁଦ୍ଧରେ ଲୋକେ ଲଢ଼ିନଥିବେ, ଜୀବନ ବିତାଇ ନଥିବେ, ନିର୍ଯାତନା ପାଇ ନଥିବେ ଓ ବଳିଦାନ ଦେଇ ନଥିବେ। ଆଜି ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁଯୋଗ, ପ୍ରତ୍ୟେକ ମହାନ ବ୍ୟକ୍ତି, ପ୍ରତ୍ୟେକ ସଂଗ୍ରାମୀ ଏବଂ ବଳିଦାନକାରୀଙ୍କୁ ମନେପକାଇ ପ୍ରଣାମ କରିବା।

Also Read  ଓଏଏସ ନିଯୁକ୍ତି ବିବାଦ ମାମଲା : ପଦବୀକୁ ବୈଧ ଘୋଷଣା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

LEAVE A REPLY

Please enter your comment!
Please enter your name here