ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି

0
1336
ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି
ୟୁକ୍ରେନ ରୁ ଭାରତୀୟ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି

ଫେବୃଆରୀ ୨୪/ ୟୁକ୍ରେନ ରୁ ଭାରତ ଆସିବାକୁ ଅପେକ୍ଷା କରିଥିବା ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଦିନ କହିଛି I
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ୟୁକ୍ରେନକୁ ଘେରି ରହିଥିବା ସମସ୍ତ ପଡୋଶୀ ଦେଶ ସହ ଯୋଗାଯୋଗରେ ଅଛନ୍ତି I ରୁଷର ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ସାମରିକ ଅପରେସନ ଘୋଷଣା କରିବା ପରେ, ୟୁକ୍ରେନ୍ ଏହାର ଆକାଶ ସୀମା ବନ୍ଦ କରିଦେଇଛି I ଏହା ପରେ ଭାରତକୁ ଫେରିଯିବାକୁ ଥିବା ଅନେକ ନାଗରିକ ବିମାନ ବନ୍ଦରରେ ଅଟକି ରହିଛନ୍ତି ।

ଦୂତାବାସ ମଧ୍ୟ ହେଲ୍ପଲାଇନ ନମ୍ବର ଜାରି କରିଛି ଏବଂ ୟୁକ୍ରେନରେ ଫସି ରହିଥିବା ନାଗରିକ ମାନେ ଦୂତାବାସ ରେ ପହଞ୍ଚିବାକୁ କହିଛି।

“ଦୟାକରି ଆପଣଙ୍କର ପାସପୋର୍ଟ ଏବଂ ଆବଶ୍ୟକ କାଗଜପତ୍ର ସବୁବେଳେ ଆପଣଙ୍କ ପାଖରେ ରଖନ୍ତୁ I ଏହି ବିଷୟରେ ଅଧିକ ଅବଗତ ପାଇଁ ସବୁବେଳେ ଦୂତାବାସ ୱେବସାଇଟ୍ ଏବଂ ସୋସିଆଲ ମିଡିଆ (ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ) ପୋଷ୍ଟଗୁଡିକ ଦେଖିବା ପାଇଁ ପରାମର୍ଶ ଦିଆଯାଇଛି।”

ଦୂତାବାସ ପକ୍ଷରୁଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ଗୁଡିକ ହେଲା: +38 0997300483, +38 0997300428, +38 0933980327, +38 0635917881 ଏବଂ +38 0935046170 |

ଯୁଦ୍ଧ ପରି ପରିସ୍ଥିତି ଉପୁଜିଥିବାରୁ ୟୁକ୍ରେନରେ ରହୁଥିବା ନାଗରିକମାନଙ୍କୁ ଆଣିବା ପାଇଁ ଭାରତ ବିମାନ ଆରମ୍ଭ କରିଥିଲା। ୧୮୨ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ଏକ ସ୍ୱତନ୍ତ୍ର ବିମାନ ଅବତରଣ କରିଥିଲା।

କିନ୍ତୁ ଯେତେବେଳେ ଗୁରୁବାର ଦିନ ଏକ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ପାଇଁ ସ୍ଥିର ହୋଇଥିଲା, ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କରିବା ପରେ ସକାଳେ ଗୋଟିଏ ବିମାନ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।

Also Read  Naveen Talks To Amit Shah For Safe Return Of Odias Stranded In Ukraine