ୟୁକ୍ରେନ ରୁ ଭାରତୀୟ ଙ୍କୁ ନେଇ ଗୋଟିଏ ଏୟାର ଇଣ୍ଡିଆ ବିମାନ ଆସୁଛି

0
1168
ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର

ଫେବୃଆରୀ ୨୬
ୟୁକ୍ରେନ ରୁ ଭାରତୀୟ ଙ୍କୁ ନେଇ ଆସୁଥିବା ଗୋଟିଏ ଏୟାର ଇଣ୍ଡିଆର ବିମାନ ଆଜି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ରେ ପହଂଚିବ I
କେନ୍ଦ୍ର ବୟନ ମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ସହ ଅନ୍ୟ ଅଧିକାରୀ ମାନେ ବିମାନବନ୍ଦରରେ ସେମାନଙ୍କୁ ସ୍ୱାଗତ କରିବେ I
AI-୧୯୪୪ ପହଂଚିବ ମାତ୍ରେ ୟୁକ୍ରେନ ରୁ ଫେରୁଥିବା ଭାରତୀୟଙ୍କୁ ବାହାରକୁ ନେବାପାଇଁ ବିମାନ ବନ୍ଦର କର୍ତୃପକ୍ଷ ପକ୍ଷରୁ
ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଇ
କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଛାତ୍ର ଙ୍କ ତାପମାତ୍ରା ଯାଞ୍ଚ କରାଯିବ ଏବଂ ଓଲ୍ହାଇବା ପରେ କୋଭିଡ୍ -19 ଟୀକାକରଣ ପ୍ରମାଣପତ୍ର କିମ୍ବା RT-PCR ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ I
ଯଦି ସେମାନେ RT-PCR ନେଗେଟିଭ ରିପୋର୍ଟ ବା କୋଭିଡ୍ -19 ଟୀକାକରଣ ପ୍ରମାଣପତ୍ର ନ ଦେଖିପାରନ୍ତି, ତେବେ ବିମାନ ବନ୍ଦରରେ ବିନା ମୂଲ୍ୟରେ RT-PCR ପରୀକ୍ଷା କରିବାକୁ ପଡ଼ିବ I ଯଦି ରିପୋର୍ଟ ନେଗେଟିଭ ଆସେ ସେମାନଙ୍କୁ ଛାଡିଦିଆଯିବ I ପଜିଟିଭ ଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧ ରେ ରଖାଯିବ I
ବିମାନବନ୍ଦର କର୍ତୃପକ୍ଷ ସେମାନଙ୍କ ପାଇଁ ବିମାନବନ୍ଦର ରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରିଛନ୍ତି I ଯଦି
ଆବଶ୍ୟକ ହୁଏ ସେମାନଙ୍କୁ ମାଗଣା ୱାଇଫାଇ ସୁବିଧା, ଖାଦ୍ୟ, ଜଳ ଏବଂ ଚିକିତ୍ସା ସହାୟତା ପ୍ରଦାନ କରାଯିବ |

Also Read  ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି

LEAVE A REPLY

Please enter your comment!
Please enter your name here