ୟୁଟ୍ୟୁବ୍‌ ହଟେଇଲା ସିଦ୍ଧୁଙ୍କ ଗୀତ ‘ଏସୱାଇଏଲ୍‌’ , ଜାଣନ୍ତୁ ଏହାର କାରଣ

0
785

ମୁମ୍ୱାଇ : ୨୩ ଜୁନ୍‌ରେ ଦିବଙ୍ଗତ ସିଙ୍ଗର ତଥା ରାପ୍‌ର ସିଦ୍ଧୁ ମୁସେୱାଲାଙ୍କର ଗୀତ ଏସୱାଇଏଲ ୟୁଟ୍ୟୁବ୍‌ରେ ରିଲିଜ୍ କରାଯାଇ ଥିଲା। ଯାହାକି କିଛି ସମୟ ଭିତରେ ଭାଇରାଲ ହୋଇ ଯାଇ ଥିଲା। ଏହି ଗୀତକୁ ତାଙ୍କର ପ୍ରଶଂସକ ବହୁତ ପସନ୍ଦ କରିଥିଲେ ଏବଂ ବହୁତ ସେୟାର ମଧ୍ୟ କରିଥିଲେ । ହେଲେ ଏବେ ଏହି ଗୀତ ୟୁଟ୍ୟୁବ୍‌ରୁ ହଟେଇ ଦିଆଯାଇଛି। ଏହି ଗୀତରେ ପାଖାପାଖି ୨୭ମିଲିୟନ ଭ୍ୟୁଜ୍‌ ଓ ୩.୩ ମିଲିୟନ ଲାଇକ୍ସ ଆସିଥିଲା , ହେଲେ ଏବେ ଗୀତକୁ ପ୍ଲେ କରିବାର ଅପସନ୍‌ ହିଁ ଆସୁନାହିଁ ଏବଂ ୟୁଟ୍ୟୁବ୍‌ ପକ୍ଷରୁ ଏକ ମେସେଜ୍‌ ଡିସପ୍ଲେ ହେଉଛି ।

ସରକାର ନେଲେ ଆକ୍ସନ ?

କହି ରଖୁଛୁ କି , ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ପାଖାପାଖି ୨୬ଦିନ ପରେ ତାଙ୍କର ନୂଆ ଗୀତ ଏସୱାଇଏଲ୍‌ ରିଲିଜ କରାଯାଇ ଥିଲା , ଯାହା ଦେଖିବା କ୍ଷଣି ଭାଇରାଲ ହୋଇ ଥିଲା । ହେଲେ ଏବେ ଏହି ଗୀତକୁ ୟୁଟ୍ୟୁବ୍‌ ହଟେଇ ଦେଇଛି । ଭିଡ଼ିଓରେ ଲେଖା ଆସୁଛି କି , ସରକାରଙ୍କ ପକ୍ଷରୁ ଲିଗଲ କମ୍ପ୍ଲେଣ୍ଟ କାରଣରୁ ଏହି କଣ୍ଟେଣ୍ଟ ମହଜୁଦ୍‌ ନାହିଁ । ୪ ମିନିଟ୍‌ ୯ ସେକେଣ୍ଡର ଏହି ଗୀତକୁ କେବଳ ୟୁଟ୍ୟୁବ୍‌ରେ ୨୭ ମିଲିୟନରୁ ଅଧିକ ଭ୍ୟୁଜ୍‌ ଓ ୩.୩ ମିଲିୟନ ଲାଇକ୍ସ ମିଳି ସାରିଛି ।

ଗୀତକୁ ନେଇ ବିବାହ ?

ଗୋଟେ ପଟେ ଗୀତଟି ସିଦ୍ଧୁ ମୁସେୱାଲାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଅନ୍ୟପଟେ ଏହି ଗୀତକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଗୀତରେ ହରିଆଣବି କଳାକାରମାନେ ଆପତ୍ତି କରିଥିଲେ । ଏସୱାଇଏଲ୍‌( ସତଲେଜ-ଯମୁନା ଲିଙ୍କ) ର ପାଣି ହରିଆଣାକୁ ନଦେବାର ଶବ୍ଦର ବିରୋଧ କରି ହରିଆଣାଭି କଳାକାର ଗଜେନ୍ଦ୍ର ଫୋଗାଟ ଏହି ଗୀତକୁ ଟକ୍କର ଦେବାକୁ ନୂଆ ଗୀତ କରିବାକୁ ଘୋଷଣା କରିଥିଲେ । ସେପଟେ ହରିଆଣଭି ଷ୍ଟାର କେଡି କହିଥିଲେ କି ଏହି ଗୀତ ପରିଜନ ଓ ମୁସେୱାଲାଙ୍କର ଟିମ୍‌ରୁ ରିଲିଜ୍‌ କରିବାର ନଥିଲା । ଏମିତି ଗୀତରେ ଦୁଇ ରାଜ୍ୟର ଭାଇଚାର ବିଗିଡ଼ି ଥାଏ ।

Also Read  ଟ୍ରେନ ଭିତରେ ଚାଲିଲା ଗୁଳି; ୩ ଆହତ