୧୨ ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ : ଏଥର ୧୫ବର୍ଷରୁ କମ୍ ବୟସ୍କଙ୍କୁ ପ୍ରବେଶ ଅନୁମତି

0
455
Vaccination Certificate Not Required For Devotees In BMC Area
Vaccination Certificate Not Required For Devotees In BMC Area

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ କଟକଣାରେ ଆସନ୍ତା ୧୨ତାରିଖରୁ ଏହିସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଏମସି) ନିଷ୍ପତ୍ତି ନେଇଛି । ତେବେ ଏଥର ଛୋଟ ପିଲା ମନ୍ଦିର ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ।

ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ଉଭୟ ଡୋଜ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ଟିକା ପ୍ରମାଣ ସହ ଆଧାର କିମ୍ବା ଭୋଟର କାର୍ଡ ଦେଖାଇଲେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ରୀତିନୀତି କରୁଥିବା ପୂଜକଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି। ୧୫ ବର୍ଷରୁ କମ୍ ପିଲା ପରିଚୟପତ୍ର ଦେଖାଇ ଅଭିଭାବକଙ୍କ ସହ ଯାଇପାରିବେ ।

ସେହିପରି ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ମଧ୍ୟ ୧୨ ତାରିଖରେ ଖୋଲିବ । ୨ଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ମନ୍ଦିର ପୂଜକ ଓ ସେବାୟତ ହିଁ ମନ୍ଦିରରେ ରହିବେ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ । ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟମତାମୂଳକ । ମନ୍ଦିର ବାହାରେ ଓ ଭିତରେ ପାନ ଗୁଟଖା ଚୋବାଇବା ମନା । ସାମାନ୍ୟ କରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେହିପରି ବୃଦ୍ଧ ଓ ଗର୍ଭବତୀଙ୍କୁ ମନ୍ଦିର ନଯିବାକୁ ପରାମର୍ଶ ଦିଆଯାଇଛି । ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Also Read  10 injured & 3 critical after a post-poll violence in kendrapada