୧୪ ଦିନିଆ ରିମାଣ୍ଡରେ ଜଗନ୍ନାଥ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଜଗନ

0
487

ପୁରୀ: ପୁରୀ ଶ୍ରୀମନ୍ଦିର ରୋଷେଇ ଘର ଚୁଲି ଭାଙ୍ଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଏହାପରେ ପୁରୀ ଏସଡିଜିଏମ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ କହିଛନ୍ତି, ରୋଷେଇ ଘରେ ସବୁଠି ପ୍ରସାଦ ଏଣେ ତେଣେ ହୋଇପଡିଥିଲା । ଅନ୍ୟପଟେ ଲୋକେ ମଧ୍ୟାହ୍ନ ଭୋଜନ ପାଉନାହାନ୍ତି ।

ସେ କହିଛନ୍ତି, ଏସବୁ ଦେଖିବା ପରେ ହଠାତ ମନରେ କ୍ରୋଧ ଆସିଥିଲା, ଆଉ ରୋଷେଇ ଘରେ ଥିବା ମାଟି ଚୁଲିକୁ ଭାଙ୍ଗିଦେଇଥିଲି । କୌଣସି ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଏକୁଟିଆ ଏହି ଅପରାଧ କରିଥିବା ସ୍ୱୀକାର କରିଛି। ତେବେ ଚୁଲି ଭାଙ୍ଗି କୌଣସି ପାପ କରିନି । ଆବଶ୍ୟକ ପଡିଲେ ନିଜେ ଚୁଲି ତିଆରି କରିପାରିବେ ବୋଲି ଜଗନ କହିଛନ୍ତି। ଜଗନର ଘର ଖୋର୍ଦ୍ଧା ଜିଲ୍ଲାର ତାଙ୍କ ପକିବାର ଲୋକେ କହିଛନ୍ତି, ଜଗନ ଠାକୁର ପ୍ରେମୀ । କିନ୍ତୁ ମୁଣ୍ଡ ଦୋଷ ରହିଛି । ଖରା ଦିନେ ହଠାତ ତାର ମୁଣ୍ଡ ଯଦି ଉତକ୍ଷିପ୍ଚ ହୋଇଯାଏ ତାହାଲେ ସେ ସେତେବେଳେ ନିଜ ଉପର ନିୟନ୍ତ୍ରଣ ହରାଏ ।

ଏପ୍ରିଲ ୨ରେ ବିଳମ୍ବିତ ରାତିଯାଏ ସେ ମନ୍ଦିର ଭିତରେ ଥିଲା ବୋଲି କହିଛି । ରୋଷ ଘରେ ଭଙ୍ଗାରୁଜା କରିବାବେଳେ କେହିନଥିଲେ । କିନ୍ତୁ ତିନି ଜଣ ଜଗନ୍ନାଥ ମନ୍ଦିର ପୁଲିସ ଦେଖିବା ପରେ ମନ୍ଦିର ବାହାରକୁ ଚାଲିଯିବା ପାଇଁ କହିଥିଲେ ବୋଲି ଅଭିଯୁକ୍ତ ଜଗନ କହିଛି। ଅନ୍ୟପଟେ ଜଣେ ବ୍ୟକ୍ତିକୁ ଭଲ ନଲାଗିଲା ବୋଲି ଏକା ଚୁଲି ଯଦି ଭାଙ୍ଗିପାରୁଛି ତାହାଲେ ଆବଶ୍ୟକ ପଡିଥିଲେ ସେ ମନ୍ଦିର ଭିତରେ ଆହୁରି ବଡ ଅପରାଧ କରିପାରିଥାନ୍ତା । ଯାହାକି ମନ୍ଦିର ଭିତରେ ଥିବା ହୁଗୁଳା ପ୍ରଶାସନକୁ ଦର୍ଶାଉଛି ।

Also Read  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ କଟକ, ଭୁବନେଶ୍ୱର ଡିସିପି