୩ ଦିନ ପରେ କୁମ୍ଭୀରକୁ କାବୁ କଲା ବନ ବିଭାଗ

0
821

ଭୁବନେଶ୍ୱର: ସଫଳ ହେଲା ଅପରେସନ କୁମ୍ଭୀର। ୩ ଦିନର ପରିଶ୍ରମ ପରେ କୁମ୍ଭୀରକୁ କାବୁ କରିଛି ବନ ବିଭାଗ। ଜାଲ ପକେଇ କୁମ୍ଭୀରକୁ କାବୁ କରିଛି ବନ ବିଭାଗ। ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା। ସ୍ଥାନୀୟ ଲୋକ ଆତଙ୍କିତ ଥିବାବେଳେ ବନ ବିଭାଗର ନିଦ ହଜାଇଦେଇଥିଲା କୁମ୍ଭୀର।

ଗତ ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରକୁ ଛାଡ଼ିଥିଲେ। ପ୍ରଜନନ କ୍ଷମତା ସହ ଏହାର ଗତିବିଧି ଜାଣିବା ପାଇଁ ଏଥିରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜା ଯାଇଛି। କୁମ୍ଭୀର ଉଦ୍ଧାର ପରେ ଏହାକୁ ନନ୍ଦନକାନନକୁ ନିଆଯାଇଛି।
Also Read  ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ : ପ୍ରଥମ-ଦ୍ୱିତୀୟ ଡୋଜ ମଧ୍ୟରେ ରହିବ ୨୮ଦିନର ବ୍ୟବଧାନ