୩ ବର୍ଷ ସଞ୍ଚୟ କରି କଏନ୍‌ରେ ବାଇକ୍‌ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା

0
400

ସେଲମ୍‌: ତାମିଲ୍‌ନାଡୁର ସେଲମ୍‌ର ଜଣେ ଯୁବକ ୨.୬ ଲକ୍ଷ ଟଙ୍କାର କେବଳ ୧ ଟଙ୍କିଆ କଏନ୍‌ (ମୁଦ୍ରା) ଦେଇ ଶନିବାର ଦିନ ଗୋଟାଏ ବାଇକ୍‌ କିଣିଛନ୍ତି। ଭି. ବୂବତି ନାମକ ସେ ଯୁବକ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧ ଟଙ୍କିଆ କଏନ୍‌ (ମୁଦ୍ରା) ସଞ୍ଚୟ କରି ଆସୁଥିଲେ। ଗତ ଶନିବାର ଦିନ ସେ ସଞ୍ଚିତ କଏନ୍‌ଗୁଡ଼ିକୁ ନେଇ ଗୋଟାଏ ସୋ’ରୁମ୍‌କୁ ଯାଇଥିଲେ ଓ ନୂଆ ‘ବଜାଜ୍‌ ଡୋମିନାର୍‌’ ବାଇକ୍‌ଟାଏ ଖରିଦ କରିଥିଲେ। ବୂବତିଙ୍କ ସଞ୍ଚିତ କଏନ୍‌ ଗଣିବା ଲାଗି ସୋ’ରୁମ୍‌ର କର୍ମଚାରୀଙ୍କୁ ୧୦ ଘଣ୍ଟା ଲାଗିଥିଲା ବୋଲି ‘ଭାରତ ଏଜେନ୍‌ସି’ର ପରିଚାଳକ ମହାବିକ୍ରାନ୍ତ କହିଛନ୍ତି।

ବୂବତି ହେଉଛନ୍ତି ଜଣେ ‘ବିସିଏ’ ସ୍ନାତକ। ୪ ବର୍ଷ ତଳେ ଗୋଟାଏ ୟୁଟ୍ୟୁବ୍‌ ଚାନେଲ୍‌ ଆରମ୍ଭ କରିବା ପୂର୍ବରୁ ସେ ଗୋଟାଏ ଘରୋଇ କମ୍ପାନିରେ କମ୍ପ୍ୟୁଟର୍‌ ଅପରେଟର୍‌ ଭାବେ କାର୍ଯ୍ୟ କରୁଥିଲେ। ୩ ବର୍ଷ ତଳେ ବାଇକ୍‌ଟିଏ କିଣିବାକୁ ସେ ମନବଳାଇଥିଲେ। ସେତେବେଳେ ଉକ୍ତ ବାଇକ୍‌ର ମୂଲ୍ୟ ଥିଲା ୨ ଲକ୍ଷ ଟଙ୍କା। କିନ୍ତୁ, ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା। ମାତ୍ର ‘ବିନ୍ଦୁ ବିନ୍ଦୁ ଜଳ ମିଶି ସିନ୍ଧୁ’ କରିବା ନ୍ୟାୟରେ ବୂବତି ତାଙ୍କ କୁମ୍ପିରେ ଦୈନିକ ୧ଟଙ୍କିଆ କଏନ୍‌ଟିଏ ପୂରାଉଥିଲେ। ଶେଷରେ ସେ ତାଙ୍କର ମନଲାଖି ବାଇକ୍‌ କିଣିବାକୁ ସମର୍ଥ ହୋଇଛନ୍ତି।

Also Read  ଆଣ୍ଡାମାନ୍‌ ଓ ନିକୋବର୍‌ ଦ୍ବୀପରେ ବ୍ରହ୍‌ମୋସ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷା କଲା ଭାରତ

LEAVE A REPLY

Please enter your comment!
Please enter your name here