ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ପାସ୍ ହେଲେ ସିନ୍ଦେ, ସପକ୍ଷରେ ପଡିଲା ୧୬୪ ଭୋଟ୍

0
52
cm-eknath-shinde-wins-floor-test

ମହାରାଷ୍ଟ୍ର: ଫ୍ଲୋର ଟେଷ୍ଟରେ ସିନ୍ଦେ ପାସ୍ । ଏକନାଥ ସିନ୍ଦେ ସରକାରଙ୍କୁ ବହୁମତ ମିଳିଲା । ସିନ୍ଦେଙ୍କ ସମର୍ଥନରେ ୧୬୪ ବିଧାୟକ ଭୋଟ୍ ଦେଲେ । ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବା ପାଇଁ ୧୪୩ ଭୋଟ୍ ଆବଶ୍ୟକ ଥିବା ବେଳେ ସିନ୍ଦେ ସରକାର ସପକ୍ଷରେ ୧୬୪ ଭୋଟ ପଡ଼ିଛି । ବିପକ୍ଷରେ ମାତ୍ର ୯୯ ଭୋଟ୍ ପଡ଼ିଥିଲା । ସମୟସୀମା ଶେଷ ହୋଇଯାଇଥିବାରୁ ଆସ୍ଥା ଭୋଟ ବେଳେ କିଛି ବିଧାୟକ ଗୃହକୁ ଆସିପାରିନଥିଲେ । ଆସ୍ଥା ଭୋଟରେ ସିନ୍ଦେ ସରକାରର ବିଜୟ ପରେ ଗତ ଦୁଇ ସପ୍ତାହ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି ।

ବିଧାନସଭାରେ ପ୍ରଥମେ ସିନ୍ଦେ ସରକାରର ଶକ୍ତି ପରୀକ୍ଷା ବାଚନିକ ଭୋଟ୍ ଦ୍ୱାରା ହୋଇଥିଲା । କିନ୍ତୁ ଏଥିରେ କୌଣସି ସ୍ପଷ୍ଟତା ଜଣା ନପଡିବା ଏବଂ ବିରୋଧୀଙ୍କ ଆପତ୍ତି ପରେ ଭୋଟ୍ ଦିଆଯାଇଥିଲା। ଏହା ପରେ ସପକ୍ଷ ଓ ବିପକ୍ଷ ବିଧାୟକଙ୍କ ଗଣନା ହୋଇଥିଲା ।

Also Read  ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍

LEAVE A REPLY

Please enter your comment!
Please enter your name here