ଦେଶରେ ୬.୭ % ବଢ଼ିଲା କରୋନା ମାମଲା : ୨ ଲକ୍ଷ ୬୪ ହଜାର୨୦୨ କରୋନା ସଂକ୍ରମିତ

0
1106
୨ ଲକ୍ଷ ୬୪ ହଜାର୨୦୨ କରୋନା ସଂକ୍ରମିତ
୨ ଲକ୍ଷ ୬୪ ହଜାର୨୦୨ କରୋନା ସଂକ୍ରମିତ

ନୂଆଦିଲ୍ଲୀ :  ଦେଶରେ କରୋନା ପୁଣି ଥରେ ଲମ୍ବ ଡିଆଁ ମାରିଛି  କରୋନା। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୪ ହଜାର୨୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଗତକାଲିଠାରୁ ଆଜି ୬.୭ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ପଜିଟିଭିଟି ହାର ୧୪.୭୮ ପ୍ରତିଶତରେ ପହଞ୍ଚିଛି।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୩ରେ ପହଞ୍ଚିଛି। ଗୁରୁବାର ଏହି ସଂଖ୍ୟା ୫,୪୦୦ ଥିବା ବେଳେ ଦିନକରେ ଏହା ୫,୭୫୩ରେ  ପହଞ୍ଚିଛି। ଅର୍ଥାତ ଗତ ୨୪ ଘଣ୍ଟାରେ ୩୫୩ ଓମିକ୍ରନ ମାମଲା ସାମନାକୁ ଆସିଛି। ଗତକାଲି ତୁଳନାରେ ଓମିକ୍ରନ ମାମଲାରେ  ଦେଶରେ ୪.୮୩ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ସମୁଦାୟ ଆକ୍ଟିଭ କେସ୍‌  ୧୨,୭୨,୦୭୩ ଥିବା ବେଳେ  ସୁସ୍ଥ ହେଲେଣି ୩,୪୮,୨୪,୭୦୬ । ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦କୁ ବୃଦ୍ଧି ପାଇଛି।

ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୩୧୫ ଜଣ କରୋନାରେ ଆଖି ବୁଜିଛନ୍ତି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା  ଲଗାତର ଭାବେ ବଢ଼ି ଚାଲିଛି। ଆକ୍ଟିଭ କେସ୍‌ ଦେଶର ସମୁଦାୟ ପଜିଟିଭ କେସ୍‌ର ୩.୪୮ ପ୍ରତିଶତରେ ପହଞ୍ଚି ଯାଇଛି।

ଦେଶରେ ଗତ ୨୪ ଘଣ୍ଟାରେ କରୋନାରୁ ୧,୦୯, ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ଏ ଯାବତ କରୋନାରୁ ୩, ୪୮,୨୪,୭୦୬ ଜଣ ସୁସ୍ଥ ହୋଇ ସାରିଲେଣି। ଏଥିସହ ରିକଭରି ରେଟ୍‌ ୯୫.୨୦ ପ୍ରତିଶତରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ୧୪.୭୮ ପ୍ରତିଶତରେ ପହଞ୍ଚି ଯାଇଛି ଓ ସାପ୍ତାହିକ ପଜିଟିଭିଟି ରେଟ ୧୧.୮୩ ପ୍ରତିଶତରେ ରହିଛି। ଦେଶରେ ଦୈନିକ କରୋନା ମାମଲା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱ ଦେଉଛନ୍ତି।  ଦେଶରେ ଏ ପର୍ଯ୍ୟନ୍ତ ୧୫୫.୩୯ କୋଟି ଡୋଜ ଟିକା ଦିଆ ସରିଲାଣି ।

Also Read  OSSSC Combined Recruitment Exam 2023 results announced