୯ରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

0
638
ନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା
ନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ହେଲା ବିଧାନସଭା ଚାଲିପାରୁ ନଥିବା ବେଳେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତୁତ ହୋଇଥିବା ବିଜେପି ଆସନ୍ତା ୯ ତାରିଖରେ ବିଧାନସଭା ଘେରିବାକୁ ନିଷ୍ପତ୍ତି ନେଇଛି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ଯୁବମୋର୍ଚ୍ଚା ସବ୍‌ଡିଭଜିନ୍‌ରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତା’ର ଆନ୍ଦୋଳନ ଜାରି ରଖିଛି। ଏହି ସ୍ୱରକୁ ଆହୁରି ଶାଣିତ କରିବାକୁ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ବହିଷ୍କାର ନ କରିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ ନ କରିଛନ୍ତି ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ।

ମମିତା ମେହେର ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଓ ପୁଲିସ୍ ବିଭାଗ ବାରମ୍ବାର ଚେଷ୍ଟା କରି ଆସିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଲଟି ସାଧାରଣ ଜନତାଙ୍କୁ, ବିରୋଧୀଙ୍କୁ ଓ ଗଣମାଧ୍ୟମକୁ ପ୍ରମାଣ ମାଗୁଛନ୍ତି। ୟା’ଠୁ ବଳି ଦୁଃଖ ଓ ଲଜ୍ଜ୍ୟାଜନକ କଥା ଆଉ କିଛି ନାହିଁ ବୋଲି latesଈରାଶିଷ କହିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Also Read  ସଞ୍ଜୟଙ୍କ ସମର୍ଥନରେ ବାହାରିଲେ ରାହୁଲ; କହିଲେ, ‘ଶେଷରେ ସତ୍ୟ ଜିତିବ ଏବଂ ଅହଂକାର ହାରିଯିବ’…