୯ରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

0
762
ନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା
ନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ହେଲା ବିଧାନସଭା ଚାଲିପାରୁ ନଥିବା ବେଳେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତୁତ ହୋଇଥିବା ବିଜେପି ଆସନ୍ତା ୯ ତାରିଖରେ ବିଧାନସଭା ଘେରିବାକୁ ନିଷ୍ପତ୍ତି ନେଇଛି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ଯୁବମୋର୍ଚ୍ଚା ସବ୍‌ଡିଭଜିନ୍‌ରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତା’ର ଆନ୍ଦୋଳନ ଜାରି ରଖିଛି। ଏହି ସ୍ୱରକୁ ଆହୁରି ଶାଣିତ କରିବାକୁ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ବହିଷ୍କାର ନ କରିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ ନ କରିଛନ୍ତି ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ।

ମମିତା ମେହେର ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଓ ପୁଲିସ୍ ବିଭାଗ ବାରମ୍ବାର ଚେଷ୍ଟା କରି ଆସିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଲଟି ସାଧାରଣ ଜନତାଙ୍କୁ, ବିରୋଧୀଙ୍କୁ ଓ ଗଣମାଧ୍ୟମକୁ ପ୍ରମାଣ ମାଗୁଛନ୍ତି। ୟା’ଠୁ ବଳି ଦୁଃଖ ଓ ଲଜ୍ଜ୍ୟାଜନକ କଥା ଆଉ କିଛି ନାହିଁ ବୋଲି latesଈରାଶିଷ କହିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Also Read  ACS Sahu for timely disposal of grievances, project implementation in Forest Department