ନ୍ୟୁୟର୍କ ସୁପର ମାର୍କେଟରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ; ଗୁଳିକାଣ୍ଡରେ ୧୦ ମୃତ

0
932
Police Inspector Injured In Firing From His Own Service Revolver

ନ୍ୟୁୟର୍କ: ନ୍ୟୁୟର୍କର ଏକ ସୁପର ମାର୍କେଟରେ ୧୮ ବର୍ଷ ବୟସ୍କ ଯୁବକଙ୍କ ଆତଙ୍କରାଜ । ଆମେରିକାର ନ୍ୟୁୟର୍କର ଏକ ସୁପର ମାର୍କେଟରେ ଯୁବକଙ୍କ ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ତିନିଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଯୁବକ ଜଣକ ଆତ୍ମସମର୍ପଣ କରିଥିବା ଜଣାପଡିଛି।

ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ ଜଣେ ୧୮ ବର୍ଷ ବୟସ୍କ ଜଣେ ଯୁବକ ମିଲିଟାରୀ ୟୁନିଫର୍ମ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ସୁପର ମାର୍କେଟରେ ପ୍ରବେଶ କରିଥିଲେ । ଆକ୍ରମଣକାରୀ ଯୁବକ ଏକ ହେଲମେଟ ମଧ୍ୟ ପିନ୍ଧିଥିଲେ, ଯେଉଁଥିରେ ଏକ କ୍ୟାମେରା ଲାଗିଥିଲା ଏବଂ ଏହି ଆକ୍ରମଣକୁ ସେ ଲାଇଭ-ଷ୍ଟ୍ରିମିଂ କରୁଥିଲେ।

ସିଟି ପୋଲିସ କମିଶନର ଜୋସେଫ ଗ୍ରାମଗଲିଆ କହିଛନ୍ତି ଯେ ଯୁବକ ଜଣକ ସୁପର ମାର୍କେଟ ବାହାରେ ଚାରି ଜଣଙ୍କୁ ଗୁଳି କରିଥିଲେ। ସୁପର ମାର୍କେଟରେ ପ୍ରବେଶ କରିବା ପରେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଯୁବକଙ୍କ ଉପରକୁ ଫାୟାରିଂ କରିଥିଲେ । କିନ୍ତୁ ଯୁବକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ କୌଣସି ପ୍ରଭାବ ପଡ଼ିନଥିଲା ।

ଏହା ପରେ ବନ୍ଧୁକଧାରୀ ଯୁବକ ସୁରକ୍ଷାକର୍ମୀଙ୍କୁ ପାଲଟା ଗୁଳି ଚଳାଇ ହତ୍ୟା କରିଥିବା କମିଶନର କହିଛନ୍ତି।

ପୋଲିସ କହିଛି ଯେ ଏହି ଆକ୍ରମଣର ମୃତକ ଓ ଆହତଙ୍କ ମଧ୍ୟରେ ୧୧ ଜଣ କୃଷ୍ଣକାୟ ଅଛନ୍ତି। ପୋଲିସ ଏହି ଆକ୍ରମଣକୁ ଜାତିଭିତ୍ତିକ ହିଂସା ଦିଗରୁ ତଦନ୍ତ କରୁଛି।

Also Read  କଟକ ରେଳ ଷ୍ଟେସନରେ ଅଘଟଣ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ