ଟଙ୍କା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା ମହିଳାଙ୍କ ମୃତଦେହ

0
797
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଯାଜପୁର: ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ । ଦାବି ମୂତାବକ ଟଙ୍କା ନଦେଇ ପାରିବାରୁ ମହିଳାଙ୍କ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା । ରାତି ସାରା ରାସ୍ତାକଡରେ ପଡିରହିଲା ମୃତଦେହ । ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ।

ମୃତ ମହିଳା ହେଲେ ଢେଙ୍କାନାଳ ଅଞ୍ଚଳର ଛବିରାଣୀ ମିଶ୍ର । ଗତ କିଛି ଦିନ ହେବ ଛବିରାଣୀ ନିଜ ବାପଘର ଛତିଆରେ ରହୁଥିଲେ । ଗତକାଲି ଛବିରାଣୀଙ୍କ ଦେହ ଅସୁସ୍ଥ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଛତିଆ ଆଣୁଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ୫ ହଜାର ଟଙ୍କା ଦାବି କରିଥିଲେ । ହେଲେ ମୃତ ମହିଳାଙ୍କ ସ୍ୱାମୀ ୩ହଜାର ଟଙ୍କା ଦେଇଥିଲେ । ଏଥିରେ ଅରାଜି ହୋଇ ଆମ୍ବୁଲାନ୍ସ ଡ୍ରାଇଭର ମୃତଦେହକୁ ରାସ୍ତାକଡରେ ଛାଡି ଚାଲି ଯାଇଥିଲେ । ସ୍ଥାନୀୟ ଲୋକେ ମୃତଦେହ ଦେଖି ଛତିଆ ବିଟ୍‌ ହାଉସକୁ ଜଣାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତକଙ୍କ ସ୍ୱାମୀଙ୍କୁ ପଚରାଉଚର କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା ।

Also Read  Launch of Trade Infrastructure for Export Scheme (TIES) 

LEAVE A REPLY

Please enter your comment!
Please enter your name here