ରାଜଧାନୀ ରାସ୍ତାରେ ଯୁବକଙ୍କ ଗୁଣ୍ଡାରାଜ, ଜାଳିଦେଲେ ସ୍କର୍ପିଓ

0
123
set in a scorpio in bhubaneswar

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ । ଭୁବନେଶ୍ୱର ଡେଲ୍ଟା ଛକର ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ଏକ ସ୍କର୍ପିଓରେ ଲଗାଇ ଦେଲେ ନିଆଁ । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଗାଡ଼ି। ବିଚ୍‌ ରାସ୍ତାରେ କିଛି ଯୁବକ ଚଳାଇଲେ ଗୁଣ୍ଡାରାଜ, ହେଲେ ମାତ୍ର ଅଳ୍ପ ଦୂରରେ ଥାଇ ବି ଠିକ୍‌ ସମୟରେ ପହଞ୍ଚି ପାରିଲାନି ପୁଲିସ୍‌ । ରାଜଧାନୀର ଡେଲଟା ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଗତକାଲି ସନ୍ଧ୍ୟାରେ ଘଟିଛି ଏପରି ଅଭାବନୀୟ ଘଟଣା । ମାତ୍ର କିଏ ଓ କାହିଁକି ନିଆଁ ଲଗାଇଲା ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକ ୪ ଜଣଙ୍କ ସହ ଗାଡ଼ି ମାଲିକଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ଏହି ଘଟଣା ପରେ ରାଜଧାନୀର କମିଶନରେଟ ପୁଲିସ୍‌ର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ ।

୪୫ ମିନିଟ୍‌ ଧରି ଡେଲ୍‌ଟା ଛକରେ ଦୁର୍ବୃତ୍ତମାନେ ଖେଳାଇଥିଲେ ଆତଙ୍କ । ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ କର୍ମଚାରୀ କ୍ୟାମେରରେ କଏଦ୍‌ କରୁଥିଲେ। ଭିଡିଓ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଖଣ୍ଡଗିରି ଥାନା ପୋଲିସ। ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ। ଗାଡି ଚାଳକ ଓ ଟ୍ରାଫିକ ପୋଲିସ ଏତଲା ଆଧାରରେ ତଦନ୍ତ ଜାରି ରହିଛି।

Also Read  ନନ୍ଦନକାନନରେ ୧୦ ମାସର ରକି ଅସୁସ୍ଥ

LEAVE A REPLY

Please enter your comment!
Please enter your name here