ଓଡିଶାର ୯ କଂଗ୍ରେସ ବିଧାୟକଙ୍କୁ AICCର ଦିଲ୍ଲୀ ଡ଼ାକରା

0
132
aicc-calls-all-nine-mlas-from-odisha-to-delhi

ଭୁବନେଶ୍ଵର: ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ୯ ବିଧାୟକ । ଆଜି ସଂଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଥିବା ନେଇ ସୂଚନା ମିଳିଛି । ଏହା ସହ ସଙ୍ଗଠନକୁ କିପରି ମଜବୁତ କରାଯିବ ଓ ଆଗାମୀ ୨୦୨୪ ନିର୍ବାଚନ ଉପରେ ଦଳର ଆଭିମୁଖ୍ୟ ନେଇ ଆଲୋଚନା ହୋଇାପରେ ।

ସୂଚନା ଅନୁସାରେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।

Also Read  ୧୦୦ କୋଟି ଦିଅନ୍ତୁ, ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳପଦ ପାଆନ୍ତୁ ! ସିବିଆଇ ଜାଲରେ ୪ ଜଣିଆ ରାକେଟ୍

LEAVE A REPLY

Please enter your comment!
Please enter your name here