ରାଜ୍ୟରେ ପୁଣି ଉପରମୁହାଁ କରୋନା ମିଟର, ଗତ ୨୪ ଘଣ୍ଟାରେ ଆଉ ୧୦୨୦ଜଣ ନୂଆ ପଜିଟିଭ୍ ଚିହ୍ନଟ

0
318
more 836-new-corona-positive case-in-odisha

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା ମିଟର । ଆଜି ପୁଣି ହଜାରେ ଟିପିଛି ଦୈନିକ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୯୫ଜଣ ସଂକ୍ରମିତ ରହିଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୫୯ ଜଣ, ଖୋର୍ଦ୍ଧାରୁ ୧୫୮ ଜଣ, ସମ୍ବଲପୁରରୁ ୮୮ ଜଣ, ମୟୂରଭଞ୍ଜରୁ ୭୧ ଜଣ, କଟକରୁ ୫୨ ଜଣ, କଳାହାଣ୍ଡିରୁ ୨୮ ଜଣ, ନୟାଗଡ଼ରୁ ୨୭ ଜଣ, ସୋନୁପରୁ ୨୬ ଜଣ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୨୫ ଜଣ ଲେଖାଁଏ, ବାଲେଶ୍ବରରୁ ୨୩ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, ନବରଙ୍ଗପୁରରୁ ୧୯ ଜଣ, ଭଦ୍ରକ ଓ କନ୍ଧମାଳ ଜିଲ୍ଲାରୁ ୧୭ ଜଣ ଲେଖାଁଏ, କୋରପୁଟରୁ ୧୬ ଜଣ, ଯାଜପୁର ଓ ପୁରୀ ଜିଲ୍ଲାରୁ ୧୪ ଜଣ ଲେଖାଁଏ, ଜଗତସିଂହପୁରରୁ ୧୩ ଜଣ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରୁ ୧୨ ଜଣ ଲେଖାଁଏ, ବୌଦ୍ଧା ୧୧ ଜଣ,ରାୟଗଡ଼ାରୁ ୯ ଜଣ, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ଅନୁଗୁଳରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୩୫ ଜଣ ଆକ୍ରାନ୍ତ ରହିଛନ୍ତି।

Also Read  ମା’ ଶାରଳାଙ୍କ ପୀଠ ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ