ଭୁବନେଶ୍ୱର: ଆଜିଠୁ ରାଜଧାନୀ ରାସ୍ତାରେ ଗଡିବ ଇ-ବସ୍ । ମୋ ବସ୍ର ସଫଳତା ପରେ ଇ-ବସ୍ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ଚାଲିବ । ସନ୍ଧ୍ୟାରେ ଇ-ବସ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍ ସହ ଇ-ରିକ୍ସା ମଧ୍ୟ ଚାଲିବ ବୋଲି ମୋ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ କୁହଯାଇଛି।
ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍ ୨ମାସ ହେଲା ଭୁବନେଶ୍ୱରରେ ପହଂଚିସାରିଥିବାବେଳେ ଟ୍ରାଏଲ ରନ୍ ଜାରି ରହିଲା । ଏହାସହ ୧୦ଟି ବସ୍ର ଚାଳନା ପାଇଁ ‘ମୋ ବସ୍’ର ସ୍ୱତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ୍ ପ୍ରଦାନ କରାଯାଇଛି। ଖୁବଶୀଘ୍ର ଆଉ ୪୦ଟି ବସ୍ ଯୋଡିହୋଇ ମୋଟ ୫୦ଟି ଇ-ବସ୍ ଚାଲିବ । ଇ-ବସ୍ ସେବା ସହ ମୋ ଇ-ରାଇଡ୍ ମଧ୍ୟ ଆରମ୍ଭ ହେବ । ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।