ରାଜ୍ୟରେ ପୁଣି ୧୧୦୦ ଟପିଲା ଦୈନିକ ସଂକ୍ରମଣ

0
343
corona 4th wave-will-come-in-the-next-15-days

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ପରେ ପୁଣି କରୋନା ସଂକ୍ରମଣ ୧ହଜାର ଅତିକ୍ରମ କରିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୫୫,ସଙ୍ଗରୋଧରୁ ୬୮୮ ଓ ସ୍ଥାନୀୟ ୪୮୬। ୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୧୬ , ଅନୁଗୁଳରୁ ୩, ବାଲେଶ୍ୱର ୧୬, ବରଗଡ ୨୩, ଭଦ୍ରକ ୭, ବଲାଙ୍ଗୀର ୩୨, ବୌଦ୍ଧ ୪, କଟକ ୬୩, ଦେଓଗଡ ୯, ଢେଙ୍କାନାଳ ୫, ଗଜପତି ୫, ଗଞ୍ଜାମ ୩, ଜଗତସିଂହପୁର ୧୧,ଯାଜପୁର ୧୬, ଝାରସୁଗୁଡା ୧୩, କଳାହାଣ୍ଡି ୧୯, କନ୍ଧମାଳ ୨୮, କେନ୍ଦ୍ରାପଡା ୫, କେନ୍ଦୁଝର ୧୦, କୋରାପୁଟ ୧୬, ମାଲକାନଗିରି ୧, ମୟୁରଭଞ୍ଜ ୮୭, ନବରଙ୍ଗପୁର ୧୬, ନୟାଗଡ ୨୫,ନୂଆପଡା ୯, ପୁରୀ ୮, ରାୟଗଡା ୧୨, ସମ୍ବଲପୁର ୮୯, ସୋନପୁର ୧୪,ସୁନ୍ଦରଗଡ ୨୬୧, ଷ୍ଟେଟ ପୁଲରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୯,୦୮୫କୁ ବୃଦ୍ଧି ପାଇଛି। ୧୨,୯୨,୮୮୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୦୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Also Read  ଶେଷରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷ୍ ସହ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ହେଲେ ରାଜି