ଶେଷରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷ୍ ସହ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ହେଲେ ରାଜି

0
679
zelensky-said-nato-openly-say-scared-of-russia

କିଭ୍: ଦୀର୍ଘ ୧୩ ଦିନ ହେଲା ରୁଷର ଘନଘନ ଆକ୍ରମଣ କରିବା ପରେ ଲଢ଼େଇ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ବିଭିନ୍ନ ସର୍ତ୍ତ ଉପରେ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଦୁଇଟି ବିଚ୍ଛିନ୍ନବାଦୀ ଅଞ୍ଚଳ ଡୋନେସ୍କ ଏବଂ ଲୁଗାଂସ୍କର ସ୍ଥିତି ଉପରେ ସେ ‘ଆପୋଷ ବୁଝାମଣା’ କରିବାକୁ ପ୍ରସ୍ତୁତ ଅଛନ୍ତି । ୟୁକ୍ରେନର ଡୋନେସ୍କ ଏବଂ ଲୁହାଂସ୍କକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣ ପୂର୍ବରୁ ଫେବୃଆରୀ ୨୪ରେ ସ୍ବାଧୀନ ଅଞ୍ଚଳ ଭାବେ ମାନ୍ୟତା ଦେଇଥିଲେ। ଏହି ଦୁଇ ପ୍ରସଙ୍ଗ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ମୂଳ କାରଣ ବୋଲି ମନେ କରାଯାଉଛି | ରୁଷକୁ ଶାନ୍ତ କରିବା ଲକ୍ଷ୍ୟରେ ଜେଲେନେସ୍କି ଏପରି ନରମ ଆଭିମୁଖ୍ୟ ପୋଷଣ କରିଥିବା କୁହାଯାଉଛି।

ନାଟୋର ସଦସ୍ୟତା ବିଷୟରେ ଜେଲେନସ୍କି କହିଛନ୍ତି ଯେ ସେ ଏପରି ଦେଶର ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ ଯିଏ କୌଣସି କଥା ପାଇଁ କାହା ଆଗରେ ହାତ ପତାଇବ ।

ଉଲ୍ଲେଖଯୋଗ୍ୟ ଯେ ପଡୋଶୀ ୟୁକ୍ରେନ ନାଟୋରେ ସଦସ୍ୟ ହେଉ ବୋଲି ରୁଷ ଚାହୁଁନାହିଁ। ନାଟୋର ବିସ୍ତାରକୁ ରୁଷ୍ ନିଜ ପ୍ରତି ଏକ ବିପଦ ଭାବରେ ଦେଖୁଛି। ରୁଷ୍ ଚାହୁଁନାହିଁ ଯେ, ୟୁକ୍ରେନ ନାଟୋର ସଦସ୍ୟ ହୋଇଗଲେ ଏହି ପାଶ୍ଚାତ୍ୟ ଦେଶମାନଙ୍କ ଗୋଷ୍ଠୀ ସୈନ୍ୟ ଏହାର ଦ୍ବାର ମୁହଁରେ ମୁତୟନ ହେବେ ।

Also Read  ୟୁକ୍ରେନ୍‌ ସଙ୍କଟ ୧୭୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ: ଜାତିସଂଘ ମୁଖ୍ୟ