ମୋବାଇଲ ଗେମ୍ ପାଇଁ ସାଙ୍ଗର ମୁଣ୍ଡକୁ ପଥରରେ ଛେଚି ଛେଚି ହତ୍ୟା କଲେ ୨ ନାବାଳକ ସାଙ୍ଗ

0
132
2-minor-friends-stabbed-to-death-a-friends-for-mobile-game

କୋରାପୁଟ: ମୋବାଇଲ ଗେମ୍ ଫ୍ରି-ଫାୟାର ପାଇଁ ଚାଲିଗଲା ନୀରିହ ଜୀବନ । ମୋବାଇଲରେ ଗେମ ଖେଳିବାକୁ ନ ଦେବାରୁ ଦୁଇ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ମସିପୁଟ ଗାଁରେ ।

ସୂଚନା ଅନୁସାରେ, ତିନି ସାଙ୍ଗ ମିଶିକି ଖେଳିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଛି । ମୋବାଇଲ ଗେମ୍‌ ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ ୨ଜଣଙ୍କୁ ମୋବାଇଲ ଦେଇନଥିଲେ। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।

Also Read  Cops nab wanted criminal in encounter in Ganjam today

LEAVE A REPLY

Please enter your comment!
Please enter your name here