ଖଣ୍ଡଗିରିରୁ ୨୦୦୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

0
469

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଅବକାରୀ ବିଭାଗର ଫ୍ଲାଇଙ୍ଗ ଟିମ୍ ର ଦାୟିତ୍ୱରେ ଥିବା ସୌମ୍ୟଜିତ ଦାସ ଓ ଅନ୍ୟ ଅଧିକାରୀଙ୍କ ସହଯୋଗ ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ଛଅଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ନାକା ଗେଟ୍ ଅଞ୍ଚଳ ମଧ୍ୟ ଚଢାଉ କରି ୨୦୦୦ ଲିଟର ଦେଶୀ ମଦ ଜବତ କରିଥିଲେ ।

ଦେଶୀ ମଦ ଜବତ କରିବା ସହ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଆଉ ଏହି ମଦ ଆଠଗଡ଼ ଅଞ୍ଚଳରୁ ଆସି ଭୁବନେଶ୍ୱର ଆଖପାଖରେ ବିକ୍ରି ହେଉଥିବା କଥା ପ୍ରକାଶ କରିଛନ୍ତି ଅବକାରୀ ବିଭାଗର ପୋଲିସ ଅଧିକାରୀ।

Also Read  Odisha Reports 141 New Covid Positive Cases; 58 Cases From Khurda District