ରାଜ୍ୟରେ ଉପରମୁହାଁ କରୋନା ମିଟର: ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ ଜଣ ନୂଆ ପଜିଟିଭ ଚିହ୍ନଟ

0
304
more 403-new covid-positives-cases identified in odisha today

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ମିଟର । ଧୀରେ ଧୀରେ ବଢୁଛି ସଂକ୍ରମଣ ହାର । ଆସନ୍ତା ଦୁଇ ସପ୍ତାହରେ ରାଜ୍ୟରେ କୋଭିଡ ଶୀର୍ଷ ଛୁଇଁବ । ଏପରି ଅନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୫ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ୧୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୭୮୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୫, ଯାଜପୁରରୁ ୪୭, କଟକରୁ ୩୮, ସୁନ୍ଦରଗଡ଼ରୁ ୯, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, ସମ୍ବଲପୁରରୁ ୩, ଭଦ୍ରକରୁ ୨, କେନ୍ଦ୍ରାପଡ଼ାରୁ ୨, ନୟାଗଡ଼ରୁ ୨, ପୁରୀରୁ ୨, ବଲାଙ୍ଗୀର, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୨୮ ଆକ୍ରାନ୍ତ ।

Also Read  Odisha reports 447 new Covid-19 cases; Daily Positivity Rate remains at 0.64 %