ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ ୨୫ ବିଧାୟକ

0
316
Mysuru Dasara ; President Droupadi Murmu Inaugurated The Ten-day Festival
Mysuru Dasara ; President Droupadi Murmu Inaugurated The Ten-day Festival

ଭୁବନେଶ୍ୱର: ଓଡ଼ିଶାର ବିଧାୟକ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଏଥିପାଇଁ ଅଗଷ୍ଟ ୨ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ। ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ଏକ ସୌଜନ୍ୟମୂଳକ ସାକ୍ଷାତକାର ହେବ ବୋଲି ସୂଚନା ରହିଛି। ୨୫ ଜଣିଆ ବିଧାୟକ ତାଲିକାରେ ବିଜେଡିର ୧୫ ଜଣ, ବିଜେପିର ୬ ଜଣ ଏବଂ କଂଗ୍ରେସର ୩ ବିଧାୟକ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଓଡିଶା ବିଧାନସଭାର ବିଧାୟକ ଭେଟିବାକୁ ଯାଇ ଏକ ସୌଜନ୍ୟମୂଳକ ସାକ୍ଷାତ ସହିତ ଅଭିନନ୍ଦନ ଜଣାଇବେ ବୋଲି ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ସର୍ବସମ୍ମିତକ୍ରମେ ଏହି ସଂକଳ୍ପ ପାରିତ ହୋଇଥିଲା।

ରାଷ୍ଟ୍ରପତି ଆସନରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ଏବଂ ଦ୍ୱିତୀୟ ଥର ପାଇଁ ଜଣେ ମହିଳା ବସିଛନ୍ତି। ଦ୍ରୈପଦୀ ମୁର୍ମୁଙ୍କ ଘର ଓଡ଼ିଶାର। ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜେଡି ଏବଂ ବିଜେପି ଭୋଟ୍ ଦେଇଥିବା ବେଳେ କଂଗ୍ରେସରୁ ମହମ୍ମଦ ମୋକିମ ଭୋଟ୍ ଦେଇଥିଲେ। ଅନ୍ୟ କଂଗ୍ରେସ ନେତା ଏବଂ ଜଣେ ସିପିଆଇ ଏମ୍ ନେତା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଥିଲେ।

Also Read  ଭାରତର ମୁମ୍ବାଇରେ ଚିହ୍ନଟ ହେଲା ଭୟଙ୍କର XE ଭ୍ୟାରିଏଣ୍ଟର ପ୍ରଥମ କରୋନା ଆକ୍ରାନ୍ତ