ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୬ ବିଧାୟକ

0
439
President Of India Addresses 12th Convocation of Maharaja Sriram Chandra Bhanja Deo University
President Of India Addresses 12th Convocation of Maharaja Sriram Chandra Bhanja Deo University

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆଜି ଦିଲ୍ଲୀ ଯିବେ ୨୬ ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ୨୬ ବିଧାୟକ ଯିବେ ଦିଲ୍ଲୀ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଓଡ଼ିଶା ବିଧାନସଭା ପକ୍ଷରୁ ଜଣାଇବେ ଅଭିନନ୍ଦନ। ଦିଲ୍ଲୀ ଗସ୍ତରେ ଯାଉଥିବା ବିଧାୟକଙ୍କ ମାନଙ୍କ ମଧ୍ୟରେ ବିଜେଡିର ୧୭ ବିଧାୟକ, କଂଗ୍ରେସର ୩, ବିଜେପିର ୬ ବିଧାୟକ ଅଛନ୍ତି। ଆଜି ଦିନବେଳା କିଛି ବିଧାୟକ ଦିଲ୍ଲୀ ଯାଉଥିବାବେଳେ ଆଉ କିଛି ବିଧାୟକ ରାତିରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବାଚସ୍ପତିଙ୍କ ସହ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପ ଦେବଙ୍କ ସହ ଦେବୀ ପ୍ରସାଦ ମିଶ୍ର, ସୁଦାମ ମାରାଣ୍ଡି ଏପରି ଅନେକ ଶାସକ ଦଳ ବିଧାୟକ ଦିଲ୍ଲୀ ଯିବେ। ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଧାୟକ ଦଳରେ ସାମିଲ ଅଛନ୍ତି। ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ।

Also Read  After Burma, Panigrahi & Behera asked to resign; Amat to be next OLA's Speaker