ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ୍‌ ଉପରେ ପିକ୍‌ଅପ୍‌ ଭ୍ୟାନ୍ ମାଡ଼ିଯିବାରୁ ୩ ମୃତ, ଜଣେ ଗୁରୁତର

0
411
Police Van Meets Accident Near Bangiriposhi Ghati
Police Van Meets Accident Near Bangiriposhi Ghati

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ପିକ୍‌ଅପ୍‌ ଭ୍ୟାନ ମାଡ଼ିଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ତିନି ଜଣ ବାପା ଓ ଦୁଇ ଝିଅ ବୋଲି ଜଣାପଡ଼ିଛି। ସେମାନେ ହେଲେ ବାପା ଜୟରାମ ନାୟକ ଓ ତାଙ୍କ ଦୁଇ ଝିଅ ରିଙ୍କି ନାୟକ ଓ ଲକ୍ଷ୍ମୀ ପାତ୍ର। ନାତି ବିଶ୍ୱଜିତ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଭଞ୍ଜନଗର-ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଉତ୍ତ୍ୟେକ୍ତ ଲୋକେ ଅବରୋଧ କରିଛନ୍ତି ।

Also Read  Odisha CM Majhi embarks on 5-day official visit to Rajasthan, Delhi