ଯମ ରୂପୀ କାକାର ଟାଙ୍ଗିଆ ଚୋଟରେ ୫ ବର୍ଷୀୟା ଝିଆରୀ ମୃତ

0
731
father-was-beaten-to-death-by-two-sons

ଦେବଗଡ଼: ଯମ ରୂପୀ କାକାର ଟାଙ୍ଗିଆ ଚୋଟରେ ଚାଲିଗଲା ୫ ବର୍ଷୀୟା ନିରୀହ ଝିଆରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗାଁରେ । ମୃତା ଶିଶୁ ହେଉଛି ସୁଶାନ୍ତ ଭଇଁସାଙ୍କ ଝିଅ ରୋଜାଲିନ ଭଇଁସା । ଏହି ଘଟଣାରେ ପୁଲିସ୍‌ ତାଙ୍କ ସାନ ଭାଇ ନାଗାର୍ଜୁନ ଭଇଁସାକୁ ଅଟକ ରଖିଛି । ଘଟଣାସ୍ଥଳରେ ରିଆମାଳ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ତେବେ ସବୁ କିଛି ଠିକ୍‌ ଚାଲିଥିବା ବେଳେ କାହିଁକି ଏପରି କାଣ୍ଡ ଘଟାଇଲା ଅଭିଯୁକ୍ତ ତାହାର ଜବାବ କାହା ପାଖରେ ନାହିଁ।

ସୂଚନା ଅନୁସାରେ, ସୁଶାନ୍ତ ଓ ନାଗାର୍ଜୁନ ଦୁଇ ଭାଇ। ଆଜି ସକାଳୁ ଘର ଆଗରେ ଖେଳୁଥିବା ସମୟରେ ହଠାତ ଝିଆରୀ ବେକକୁ କୁରାଢ଼ିରେ ଚୋଟ ପକାଇ ଦୁଇଗଡ଼ କରିଦେଇଥିଲା ମାନସିକ ବିକୃତ ନାଗାର୍ଜୁନ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ନାଗାର୍ଜୁନକୁ ଅଟକ ରଖିଛି। ସୂଚନା ପାଇ ଏସଡ଼ିପିଓ, ଏସପିଙ୍କ ସହ ପୁଲିସ ସାଂଇଟିଫିକ୍ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Also Read  Espionage case: Odisha Police to seek assistance of Interpol to track the lady