ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

0
236
Punjab CM Bhagwant Mann meets PM Modi

ନୂଆଦିଲ୍ଲୀ: ପଞ୍ଜାବର ବିପୁଳ ବିଜୟ ପରେ ସରକାର ଗଠନ କରି ଆଜି ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ରାଜ୍ୟରେ ଥିବା ଅନେକ ସମସ୍ୟାକୁ ଉତଥାପନ କରିଥିଲେ । ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ସରକାର ଗଢିଛି ଆମ ଆଦମୀ ପାର୍ଟି । ଚଳିତବର୍ଷ ଅନୁଷ୍ଠିତ ଲହୋଇଥିବା ବିଧାନସଭା ନିର୍ବାଚନରେ ଆପ୍ ୯୨ ଆସନରେ ବାଜିମାତ୍ କରିବା ସହ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବାରେ ସମର୍ଥ ହୋଇଥିଲା । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ ।

ଏହି ଭେଟ ପରେ ମାନ କହିଛନ୍ତି କି ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଚ୍ଚାଇଛନ୍ତି । ଏହାସହ ରାଷ୍ଟ୍ରୀୟ ସୁରକ୍ଷା ସହାୟତା ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଭରଶା ଦେଇଥିବା କଥା ମାନ କହିଛନ୍ତି । ଏହାସହ ୨ ବର୍ଷ ପାଇଁ ବାର୍ଷିକ ୫୦ ହଜାର କୋଟି ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀଙ୍କୁ ମାଗିଛନ୍ତି ମାନ । ଏହାସହ ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ପଞ୍ଜାବକୁ ପୁଣିଥରେ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢିତୋଳିବାକୁ ପ୍ରୟାସ କରିବାକୁ ମାନ ଗଣମାଧ୍ୟମ ଆଗରେ କହିଛନ୍ତି ।

Also Read  ଆରପାରିରେ 'କେଜିଏଫ୍-୨'ର କଳାକାର ମୋହନ ଜୁନେଜା

LEAVE A REPLY

Please enter your comment!
Please enter your name here