ବାଣ ତିଆରି କାରଖନାରେ ବିସ୍ଫୋରଣ: ଭୁଶୁଡିଲା ୩ ମହଲା କୋଠା, ୬ମୃତ

0
299

ପାଟଣା: ବିହାରର ଛପରା ଜିଲ୍ଲାର ଖୋଦାଇବାଗ ଗ୍ରାମରେ ଥିବା ଏକ ବାଣ ତିଆରି କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ବର୍ତ୍ତମାନ ସୁଦ୍ଧା ଉକ୍ତ ମହାଲ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହି କାରଖାନା ଚାଲୁଥିବା ତିନି ମହଲା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମୃତକଙ୍କ ମଧ୍ୟରେ ମାଆ, ଦୁଇ ପୁଅ, ନାତି ଏବଂ ନାତୁଣୀ ଅଛନ୍ତି। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩ଟି ଗାଡି ପହଞ୍ଚି ଥିଲା । ବିଭାଗର କର୍ମଚାରୀ ମାନେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି ।

Also Read  ୟୁକ୍ରେନର ବନ୍ଦର ସହର ମାରିୟୁପୋଲ ସମ୍ପୂର୍ଣ୍ଣ କବଜା କଲା ମସ୍କୋ