ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀ ଦଳଙ୍କ ଦାବି

0
577
 ନିର୍ବାଚନ ସ୍ଥଗିତ ରଖିବାକୁ ଦାବି
 ନିର୍ବାଚନ ସ୍ଥଗିତ ରଖିବାକୁ ଦାବି

ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ : ନିର୍ବାଚନ କମିସନ

ଭୁବନେଶ୍ବର :ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଉପରେ ନଜର ରହିଛି। ନିର୍ବାଚନ ହେବ ନା ଘୁଞ୍ଚିବ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ସାରା ରାଜ୍ୟର ନଜର ରହିଛି। ଏହାରି ଭିତରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ। କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି।

ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି। କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକୁ ଦାବି କରିଛନ୍ତି। ଏହା ସହିତ ପଛୁଆ ବର୍ଗ ଓ ଏସ୍‌ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

ସେହିଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାଏର ହୋଇଛି। ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି। ସେହିପରି କରୋନା ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି।

Also Read  Odisha CM plays his trumpcard on BJD’s 19th Foundation Day