ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି

0
551
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ଭୁବନେଶ୍ୱର: ପୁଣି ଡରାଇଲା କୋଭିଡ଼ର ନୂଆ ଭାରିଏଣ୍ଟ ଓମିକ୍ରନ୍। ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଏନେଇ ଆଏଲଏସ୍ ପକ୍ଷରୁ ସ୍ଵାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି।

ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୩ରେ ୨ ଜଣ, ଡିସେମ୍ବର ୨୬ରେ ୪ ଜଣ, ଡିସେମ୍ବର ୨୯ ରେ ଜଣେ, ଡିସେମ୍ବର ୩୦ରେ ୫ ଜଣ, ଜାନୁଆରୀ ୨ରେ ୨୩ ଜଣ, ଜାନୁଆରୀ ୫ରେ ୨୪ଜଣ ଏବଂ ଜାନୁଆରୀ ୮ରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ହୋଇଥିଲେ।ସୋମବାର ୨୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ସୂଚନା ଯୋଗ୍ୟ, ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ । ଗତ ୨୪ ଘଣ୍ଟାରେ ୪୮୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Also Read  Employess of Coop Sugar Mill in Bargarh, Odisha stage dharna upon death of employee during work