ଆଜିଠୁ ରାଜ୍ୟରେ ଶୁଖିଲା ପାଗ : ଆଗକୁ ଶୀତ ପଡ଼ିବ

0
486
ଆହୁରି ବଢ଼ିବ ଶୀତ
ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର, ୨୧ା୧୦: ଥଣ୍ଡାର ଆଗମନ ସହ ଦୁର୍ବଳ ହେଲା ଲଘୁଚାପ। ଆଜିଠୁ ରାଜ୍ୟରେ ଶୁଖିଲା ରହିବ ପାଗ। ରାଜଧାନୀରେ ଝାପ୍ସା କୁହୁଡ଼ି ସ୍ୱାଗତ କରିଛି ଧିମା ଧିମା ଥଣ୍ଡାକୁ। ଗତ ରାତିରେ ରାଜଧାନୀରେ କିଛି ମାତ୍ରାରେ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। ଯାହା ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ କୁହୁଡ଼ିର ପ୍ରଭାବ ରହିଥିଲା। ଆଗକୁ ଅଧିକ ଶୀତ ପଡ଼ିବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ଫେରିଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ସହିତ ଲଘୁଚାପ ଦୁର୍ବଳ ହେବା ପରେ ଲାଗିରହିଥିବା ବର୍ଷାରେ ବିରାମ ଲାଗିଛି। ଆଜିଠୁ ରାଜ୍ୟରେ ଶୁଖିଲା ପାଗ ଦେଖାଦେଇଛି।

ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇ ନାହିଁ। ସେପଟେ ଆସନ୍ତା ୨୩ ତାରିଖ ମଧ୍ୟରେ ସଂପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ବର୍ତ୍ତମାନ ମୌସୁମୀର ପ୍ରତ୍ୟାବର୍ତ୍ତନ ଏବଂ ଲଘୁଚାପ ଦୁର୍ବଳ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପରେ ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ନଭେମ୍ବର ମାସ ପହିଲାରୁ ସଂପୂର୍ଣ୍ଣ ଭାରେ ଦିନ ଏବଂ ରାତ୍ରୀର ତାପାମତ୍ରା କମିବା ସହିତ ଶୀତ ହେବାର ସମ୍ଭାବନା ଅଧିକ ରହିଛି।

Also Read  ଲକର୍‌ରୁ ମିଳିଲା ଶିବଲିଙ୍ଗ : ଦାମ ୫୦୦ କୋଟି ଟଙ୍କା, କେଉଁଠି ଜାଣନ୍ତୁ ?

LEAVE A REPLY

Please enter your comment!
Please enter your name here