ପୋଖରୀ ଖୋଳିବା ବେଳେ ମାଟି ତଳୁ ବାହାରୁଛି ମୂଲ୍ୟବାନ ରତ୍ନପଥର, ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ

0
568
found-rare-gemstones-while-digging-pond-in-boudh

ବୌଦ୍ଧ: ପୋଖରୀ ଖୋଳୁଖୋଳୁ ମାଟି ତଳୁ ବାହାରିଲା ପୁଳା ପୁଳା ରତ୍ନପଥର । ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଶରଧାପାଲି ଗାଁରେ ମନରେଗାରେ ବନ୍ଧ ଖନନ ବେଳେ କିଛି ରତ୍ନ ପଥର ମିଳିଥିବା କୁହାଯାଉଛି । ରତ୍ନ ପଥର ସବୁ ବୋହି ନେବା ପାଇଁ ଲାଗିଛି ଲୋକଙ୍କ ପ୍ରବଳ ଭିଡ।

ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗ୍ରାମରେ ମନରେଗା ଯୋଜନାରେ ପୋଖରୀ ଖନନ ହେଉଥିବା ସମୟରେ ଶ୍ରମିକ ମାନେ ବିଭିନ୍ନ ପ୍ରକାରର ରତ୍ନ ପଥର ଦେଖିବାକୁ ପାଇଥିଲେ। ଏହି ଘଟଣା ଚାରି ଆଡେ ପ୍ରଚାର ହେବା ପରେ ଶହଶହ ଲୋକ ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଛନ୍ତି । ଏବେ ସେଠାରେ ଲାଗିଛି ଲୋକଙ୍କ ଭିଡ଼ । ଲୋକମାନେ ପୋଖରୀରେ ରତ୍ନ ପଥର ଖୋଜିବାରେ ଲାଗିଛନ୍ତି । କାଳେ କିଛି ରତ୍ନ ପଥର ମିଳିଯିବ ସେଥିପାଇଁ ଲୋକମାନେ ଖୋଜାଖୋଜି କରୁଛନ୍ତି ।

Also Read  Panchayat Polls Third Phase: BJP v/s BJD ; a neck to neck chase; Congress disappears