ଓଡ଼ିଆ ରେ ପଢନ୍ତୁରାଜ୍ୟ ମମିତା ହତ୍ୟା ମାମଲା : କେମିତି ପୋଡ଼ିଥିଲା ଓ ପୋତିଥିଲା ‘ଡେମୋ’ ଦେଖାଇଲା ଗୋବିନ୍ଦ ସାହୁ By Nrusingh Maharana - October 22, 2021 0 491 FacebookTwitterPinterestWhatsApp ଭୁବନେଶ୍ୱର, ୨୨ା୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର,ବଲାଙ୍ଗିର ପୋଲିସ ଏସ୍ପି ନିତିନ କୁଶଲକର, କଳାହାଣ୍ଡି ପୋଲିସ ଏସ୍ପି ଡା. ଶ୍ରବଣ ବିକେକ ଏମ୍.ଙ୍କ ନେତୃତ୍ବରେ ଏକ ପୋଲିସ ତଦନ୍ତକାରୀ ଦଳ ଗୁରୁବାର ମହାଲିଙ୍ଗ ଗାଁରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଶବକୁ ଉଦ୍ଧାର ହୋଇଥିବା ସ୍ଥାନରେ ପୋଲିସ ପକ୍ଷରୁ ଜେସିବି ସହାୟତାରେ ପୁଣି ମାଟି ଖୋଳା ଯାଇଥିଲା । ଶବ ପୋତିଲା ବେଳେ ମମିତା ମେହେରଙ୍କ ମୋବାଇଲକୁ ଭାଙ୍ଗି ଫିଙ୍ଗି ଦିଆଯାଇଥିବା କଥା ଗୋବିନ୍ଦ ସାହୁଙ୍କୁ ଜେରାବେଳେ ଜଣାପଡ଼ିଥିଲା । ତେଣୁ ପୋଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ସହାୟତାରେ ସାଇଣ୍ଟିଫିକ ଟିମ ଛାନଭିନ କରିଥିଲା । ସେଠାରୁ ମିଳିଥିବା କିଛି ନମୁନା ପୋଲିସ ସଂଗ୍ରହ କରି ନେଇଥିଲା। ସନ୍ଧ୍ୟା ସମୟରେ ପୁନର୍ବାର ଜେସିବି ସହାୟତାରେ ଶବ ଉଦ୍ଧାର ହୋଇଥିବା ସ୍ଥାନରେ ମାଟି ଖୋଳା ଯାଇଥିଲା। ରାତି ୮ଟା ସମୟରେ ଏହି ଖୋଳା ଜାରି ରହିଥିଲା । ପୋଲିସ ଡିଆଇଜି କଲେଜ ପରିସରକୁ ଆସି ସନ୍ସାଇନ୍ ସ୍କୁଲର ତାଲା ଭାଙ୍ଗି ତଦନ୍ତ କରିଥିଲେ । ସ୍କୁଲ ପରିସରରେ ଥିବା ଯୁକ୍ତତିନି ଛାତ୍ରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ । ଏହାକୁ ଲାଗି ଗୁପ୍ତ କୋଠରି ଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ତାଲା ପଡ଼ିଥିବାରୁ ଭିତରକୁ ନ ଯାଇ ପୁଲିସ ଟିମ୍ ଫେରି ଯାଇଥିଲେ। ପୋଲିସ ଗୁପ୍ତ କୋଠରି ନିକଟକୁ ଯାଇ କାହିଁକି ଫେରିଲା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ଅନୁମତି ପାଇଥିବା ୨ଜଣ ଅଧ୍ୟାପିକାଙ୍କୁ ସଇନ୍ତଳା ଥାନାକୁ ନେଇ ଜେରା ଚାଲିଛି । ଜେରାବେଳେ ଗୁପ୍ତ କୋଠରିର ରହସ୍ୟ କେତେ ଦୂର ଉନ୍ମୋଚିତ ହେବ ସେନେଇ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସେହିଭଳି କଲେଜ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ପୋଲିସ ଜବତ କରିଛି । ମୃତ ମମିତାଙ୍କ ମୋବାଇଲ ଭିତରେ ହତ୍ୟା ରହସ୍ୟ ଥିବା ଯୋଗୁଁ ପୋଲିସ ପକ୍ଷରୁ ଗୁରୁବାର ଦିନତମାମ ଛାନଭିନ କରିଛି । ମୋବାଇଲ ଭିତରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁପରିକଳ୍ପିତ ଯୋଜନା କରିଥିବା ଯୋଗୁଁ ଏହାର ଗୁମର ଫିଟାଇବା ପାଇଁ ପୋଲିସ ପକ୍ଷରୁ ମାରାଥନ ଯାଞ୍ଚ ଚାଲିଛି । ରାଧେ ଘରୁ ମିଳିଲା ଯୁବତୀଙ୍କ ଡ୍ରେସ୍ ଓ ମୋବାଇଲ ! ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଖାସମଖାସ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ରାଧେକୁ ପୋଲିସ୍ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା। ତେବେ ଚଢ଼ାଉ ସମୟରେ ରାଧେ ଘରୁ ଏକ ବ୍ୟାଗ୍ ମିତିଥିଲା। ସେହି ବ୍ୟାରେ କଣ ଅଛି ବୋଲି ଖୋଲିଲା ପରେ ସେଥିରୁ ଏକ ମୋବାଇଲ ଫୋନ, ୩ଟି ଲେଡିଜ ଡ୍ରେସ, ମେଡ଼ିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଛି ପୋଲିସ। ତେବେ ରାଧେଶ୍ୟାମ ଚଣ୍ଡୀକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମଦାଲତକୁ ପଠାଇଛି ସିଂଧେକେଲା ପୋଲିସ। ସେପଟେ ରାଧେ ଗିରଫ ହେବା ପରେ ସ୍ତ୍ରୀ କହିଛି ମୋ ସ୍ୱାମୀ ନିର୍ଦୋଷ। ମୋତେ ମୋ ସ୍ୱାମୀ ଫେରାଇ ଦିଅ। ମମିତା ହତ୍ୟାକାଣ୍ଡରେ ସ୍ଵାମୀର ହାତ ନାହିଁ। ଗୋବିନ୍ଦ ସାହୁ ପାଖରେ କିଛି ମାସ ହେଲା କାମ କରୁଥିଲେ ମୋ ସ୍ୱାମୀ। ମୁନ୍ସୀ ଭାବଗେ ଯେହେତୁ ସେ କାମ କରୁଥିଲେ ସେ ଗୋବିନ୍ଦକୁ ସବୁ ସହଯୋଗ କରୁଥିଲେ। ତେବେ ଆଜି ଯେତେବେଳେ ମୁଁ ଘରେ ମୋର ସ୍ୱାମୀ ର ବ୍ୟାଗ ପାଇଲି ତାହା ନେଇ ଆସିଥିଲି। କେଗାଁ ପୁଲିସ ମୋ ଠାରୁ ସେହି ବ୍ୟାଗ ଛଡାଇ ନେଇ କାହାକୁ କିଛି କହିବ ନାହିଁ ବୋଲ କହିଥିଲା। ତେବେ ବ୍ୟାଗ ଭିତରେ ଥିବା ସାମଗ୍ରୀ କାହାର ତାହା ଏବେ ତଦନ୍ତ ର ସାପେକ୍ଷ ବୋଲି କହିଛନ୍ତି ରାଧେର ସ୍ତ୍ରୀ। Also Read Smart India Hackathon 2017 Grand Finale Inaugurated at CV Raman College of Engineering, Bhubaneswar