ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

0
244
last-20-per-cent-arrears-of-the-seventh-pay-commission to be-paid

ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

ଭୁବନେଶ୍ୱର:, ୨୨ା୧୦: ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ନୂଆ ଯୁଗ ଆରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ। ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ। ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବାରିପଦା ଛଉ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ଆମ ଓଡ଼ିଶାର ଏକ ବଡ଼ ଜିଲ୍ଲା। ମୟୂରଭଞ୍ଜ ଲୋକଙ୍କ ହୃଦୟ ବହୁତ ବଡ଼। ବିକାଶର ଦିଗରେ ମୟୂରଭଞ୍ଜର ବଡ଼ ଅବଦାନ ରହିଛି। ପୂର୍ବତନ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା। ବିଏସ୍‌କେଓ୍ୱାଇ କାର୍ଡ ହେଉଛି ବିପଦ ସମୟରେ ପ୍ରକୃତ ବନ୍ଧୁ । ଏହି କାର୍ଡ ଆପଣଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ କରିବ। ପରିବାରର କେହି ଅସୁସ୍ଥ ହେଲେ ଚିନ୍ତା ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି।

ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା। କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ। ରାଜ୍ୟର ସରକାରୀ ଡାକ୍ତର ଖାନାରେ ସମସ୍ତ ପ୍ରକାରର ଚିକିତ୍ସା ହୋଇପାରୁଛି। ଲକ୍ଷ ଲକ୍ଷ ଲୋକ ଚିକିତ୍ସା ହେଉଛନ୍ତି । ସେ ଚାଷୀ ହେଉ ମୁଲିଆ ହେଉ କି ରିକ୍ସାବା ହେଉ, ମୋ ପାଇଁ ସମସ୍ତ ଜୀବନ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ। ଟଙ୍କା ପାଇଁ କେହି ଅସୁବିଧାର ସାମ୍ନା ନକରନ୍ତୁ। ସମସ୍ତେ ସୁସ୍ଥ ରହି ନିଜ ପାଇଁ ଏବଂ ରାଜ୍ୟ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଏହା ସହ ଜିଲ୍ଲାର ଚାରିଟି ଉପଖଣ୍ଡ ବାରିପଦା, କପ୍ତିପଦା, ପାଞ୍ଚପିଢ଼ି, ବିମାନଘାଟି ସମେତ ୨୬ଟି ବ୍ଲକ ପାଇଁ ୨ ହଜାର ୪ ଶହ ୮୪ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି। ଜିଲ୍ଲାର ୬ଲକ୍ଷ ୧୨ ହଜାର ୩୧୦ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବ। ଏହା ମାଧ୍ୟମରେ ୨୧ ଲକ୍ଷ ୩୮ ହଜାର ୯୪୧ ହିତାଧିକାରୀ ସାମିଲ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଡ ବିତରଣ ପ୍ରକ୍ରିୟା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Also Read  ୟୁକ୍ରେନ ଉପରେ ରୁଷ କାହିଁକି ଆକ୍ରମଣ କରୁଛି ? ରୁଷ ବୈଦେଶିକ ମନ୍ତ୍ରୀଙ୍କ ବୟାନ, ପଢ଼ନ୍ତୁ......

LEAVE A REPLY

Please enter your comment!
Please enter your name here