ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ…..

0
223

ଭୁବନେଶ୍ୱର, ୨୩ା୧୦: ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ରାଧେ ଘରୁ ଗୋଟିଏ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ବ୍ୟାଗଟି ମମିତାଙ୍କର ନୁହେଁ ବୋଲି ପୁଲିସ୍ ସ୍ପଷ୍ଟ କରିଛି। ରାଧେ ଗିରଫ ହେବା ପରେ ଏହି ବ୍ୟାଗ୍‌ଟି ସ୍ତ୍ରୀ ପୁଲିସକୁ ଦେଇଥିଲା। ତେଣୁ ବ୍ୟାଗ୍‌ ଭିତରେ ଥିବା ଜିନିଷ ପ୍ରତି ପୁଲିସର ନଜର ରହିଥିଲା। ତେବେ ପରିବାର ଲୋକେ ଏନେଇ ମୁହଁ ଖୋଲିନାହାନ୍ତି।

ଅନ୍ୟପଟରେ ମୃତଦେହ ନିକଟରୁ ମିଳିଥିବା ଚେନ୍‌, ପାଉଁଜିକୁ ପୁଲିସ ମମିତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପରିବାର ଲୋକ ମମିତାଙ୍କ ଚେନ୍‌ ଓ ପାଉଁଜି ଚିହ୍ନଟ କରିବା ପରେ ହସ୍ତାନ୍ତର କଲା ପୁଲିସ। ସନ୍‌ସାଇନ୍‌ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡିଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍‌ ମିଳିଥିଲା, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍‌ ରହିଥିଲା। ତେବେ ଏହି ମୋବାଇଲ ଫୋନ୍‌ ମମିତାଙ୍କର କି ନୁହେଁ ତାହା ଚିହ୍ନଟ କରିବାକୁ ପୁଲିସ ମମିତାଙ୍କ ପରିବାରକୁ ଡାକିଥିଲା।

ସୂଚନାଯୋଗ୍ୟ, ଗତକାଲି ରାଧେଶ୍ୟାମଙ୍କ ପତ୍ନୀ ଘର ଖଟ ତଳୁ ଏକ ବ୍ୟାଗ୍‌ ପାଇଥିଲେ। ଏହି ବ୍ୟାଗ୍‌ରେ ଜିନ୍‌ସ ପ୍ୟାଣ୍ଟ, କଳା ସାର୍ଟ ଓ ଏକ ମୋବାଇଲ୍‌ ଫୋନ୍‌ ଥିବା କୁହାଯାଉଥିଲା । ପୂର୍ବରୁ ମମିତାଙ୍କ ପରିବାର ମଧ୍ୟ ସେ ଭିଭୋ ବ୍ରାଣ୍ଡର ଏକ ନୂଆ ମୋବାଇଲ୍‌ ଫୋନ୍‌ କିଣିଥିବା କଥା କହିଥିଲେ।

Also Read  ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

LEAVE A REPLY

Please enter your comment!
Please enter your name here