ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ-ପୁଲିସ ମୁହାଁମୁହିଁ

0
477
ଛାତ୍ର କଂଗ୍ରେସ-ପୁଲିସ ମୁହାଁମୁହିଁ
ଛାତ୍ର କଂଗ୍ରେସ-ପୁଲିସ ମୁହାଁମୁହିଁ

ଭୁବନେଶ୍ୱର ,୨୬ା୧୦:ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ଦାବି। ଏଥିପାଇଁ ଆଜି ଭୁବନେଶ୍ୱରରେ ଗର୍ଜିଛି ଛାତ୍ର କଂଗ୍ରେସ।

ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଏକ ବିରାଟ ରାଲି କରାଯାଇଥିଲା। ଏହି ରାଲି ଫରେଷ୍ଟ ପାର୍କରୁ ବାହାରି ନବୀନ ନିବାସ ଘେରାଉ କରିବା ପାଇଁ ଯାଉଥିଲା। ତେବେ ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଆଗେଇ ଯିବାକୁ ଉଦ୍ୟମ କଲାବେଳେ ପୁଲିସ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। କିଛି ସମୟ ପର୍ଯ୍ୟନ୍ତ ପୁଲିସ୍ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୁଲିସ ୧୦୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏନେଇ କଂଗ୍ରେସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଭେଟି ଆଲୋଚନା କରିଥିଲେ।

Also Read  Congress accuses BJP national leadership of horse trading to destablise Karnataka government