ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

0
197
ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର
ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର
ପୁରୀ, ୨୭ା୧୦: ଚିଲିକା ମଝିରୁ ସୁରକ୍ଷିତ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ୩ ଦିନ ହେଲା କଟକି ଦଳରେ ଫସି ରହିଥିଲା ଡଙ୍ଗା । ସବୁଠାରୁ ବଡ଼କଥା ହେଉଛି ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ପିଲା ରହିଛି । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ କୌଣସି ମତେ ଖବର ପହଞ୍ଚାଇବା ପରେ ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗର ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂରରେ ଫସି ରହିଥିଲା ମତ୍ସ୍ୟଜୀବୀଙ୍କ ଏହି ଡଙ୍ଗା ।  ୩ଦିନ ହେଲାଣି ମଝି ଚିଲିକାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଫସି ରହିଥିଲା। ମାଛ ମାରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଡଙ୍ଗାଟି କଟକି ଦଳରେ ଫସି ଯାଇଥିବା ଜଣାପଡ଼ିଛି।
Also Read  ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌, ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

LEAVE A REPLY

Please enter your comment!
Please enter your name here