ଓଡ଼ିଆ ରେ ପଢନ୍ତୁରାଜ୍ୟ ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର By Nrusingh Maharana - October 27, 2021 0 384 FacebookTwitterPinterestWhatsApp ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର ପୁରୀ, ୨୭ା୧୦: ଚିଲିକା ମଝିରୁ ସୁରକ୍ଷିତ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ୩ ଦିନ ହେଲା କଟକି ଦଳରେ ଫସି ରହିଥିଲା ଡଙ୍ଗା । ସବୁଠାରୁ ବଡ଼କଥା ହେଉଛି ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ପିଲା ରହିଛି । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ କୌଣସି ମତେ ଖବର ପହଞ୍ଚାଇବା ପରେ ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗର ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂରରେ ଫସି ରହିଥିଲା ମତ୍ସ୍ୟଜୀବୀଙ୍କ ଏହି ଡଙ୍ଗା । ୩ଦିନ ହେଲାଣି ମଝି ଚିଲିକାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଫସି ରହିଥିଲା। ମାଛ ମାରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଡଙ୍ଗାଟି କଟକି ଦଳରେ ଫସି ଯାଇଥିବା ଜଣାପଡ଼ିଛି। Also Read ଓଡ଼ିଶାର ସୁନା ପୁଅଙ୍କୁ ମିଳିଲା ବଡ଼ ସମ୍ମାନ, ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି