ସଚିବାଳୟରେ ଏଏସଓ ନିଯୁକ୍ତି ପାଇଁ ଓପିଏସସିକୁ ଚିଠି ଲେଖିଲେ ଅତିରିକ୍ତ ସଚିବ

0
394
ରବିବାର ଛୁଟିକୁ ବାତିଲ୍
ରବିବାର ଛୁଟିକୁ ବାତିଲ୍

ଭୁବନେଶ୍ବର, ୨୭ା୧୦:ଓଡ଼ିଶା ସଚିବାଳୟ ପାଇଁ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ୨୦୨୧ବର୍ଷ ପାଇଁ ଓଡ଼ିଶା ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସଓ)ଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଚିଠି ଲେଖିଛନ୍ତି।

ଏଥିପାଇଁ ଓପିଏସସି ସଚିବଙ୍କୁ ଅତିରିକ୍ତ ସଚିବ ଡ. ଏନ ପୃଷ୍ଟି ଚିଠି ଲେଖିଛନ୍ତି। ଚିଠିରେ ସେ ଏଏସଓ ନିଯୁକ୍ତି ନେଇ ଅକ୍ଟୋବର ୨୧ରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ଏଏସଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଭିନ୍ନ ବିଭାଗରେ ଖାଲିଥିବା ବହୁ ସଂଖ୍ୟକ ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପରୀକ୍ଷା କରିବା ନେଇ ପଦକ୍ଷେପ ନେବାକୁ ଓପିଏସସିକୁ ଚିଠି ଲେଖି କହିଛନ୍ତି ଅତିରିକ୍ତ ସଚିବ ଡ. ଏନ ପୃଷ୍ଟି।

ଏଏସଓ ନିଯୁକ୍ତି ନେଇ ଅକ୍ଟୋବର ୨୧ରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‌‌ବୈଠକ ପରେ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ଏଏସଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି।

Also Read  ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର, ବାତ୍ୟା ହେବ କି ନାହିଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ