ମନୀଷ ଅନୁରାଗ ହତ୍ୟା ମାମଲା : ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

0
336
ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍
ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍

ଭୁବନେଶ୍ୱର, ୨୮ା୧୧ : କମିଶନରେଟ୍ ପୋଲିସର ବହିଷ୍କୃତ ତଥା ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଆଜି ସକାଳେ ତାଙ୍କର କଳ୍ପନା ଛକସ୍ଥିତ ସରକାରୀ କ୍ବାର୍ଟର ଓ ପୈତୃକ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ୫ଜଣିଆ ଟିମ୍।

ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ କ୍ୱାର୍ଟର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍, ରାଜଧାନୀର ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି। ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
prasan behera 1

ସୂଚନାଯୋଗ୍ୟ, ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା ଚାକିରିରୁ ବହିଷ୍କୃତ ହୋଇଥିଲେ। ତାପରେ ତାଙ୍କୁ ଗିରଫ ବି କରାଯାଇଥିଲା।

Also Read  ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍ : କେମିତି କରୁଥିଲା ଠକାମି.... ?