ଡ୍ରାଇଭର୍ ମହାସଂଘର ବିଶାଳ ରାଲି: ନବୀନ ନିବାସ ଅଭିମୁଖେ ପଦଯାତ୍ରା

0
125
ଡ୍ରାଇଭର୍ ମହାସଂଘ
ଡ୍ରାଇଭର୍ ମହାସଂଘ

ଭୁବନେଶ୍ୱର, ୨୯ା୧0 : ବିଭିନ୍ନ ଦାବିପୂରଣ ପାଇଁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର୍ ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। ରାଜଧାନୀରେ ଏକ ବିଶାଳ ରାଲି ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରିଛନ୍ତି।

୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛି ସଂଘ। ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ। ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର ଡ୍ରାଇଭର ପଦଯାତ୍ରାରେ ସାମିଲ ହୋଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରୁଛି ଓଡିଶା ଡ୍ରାଇଭର ମହାସଂଘ।

Also Read  ଏପ୍ରିଲ ୧୭ରେ ନୁହେଁ, ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ-ରଣବୀର; ମହେଶ ଭଟ୍ଟଙ୍କ ଭାଇ କଲେ ଖୁଲାସା

LEAVE A REPLY

Please enter your comment!
Please enter your name here