ବିଜେଡିରେ ମିଶିଲେ ବିଶ୍ୱ ମଲ୍ଲିକ : ୬ରେ ପ୍ରଦୀପ ମାଝି !

0
242
ବିଶ୍ୱ ମଲ୍ଲିକ
ବିଶ୍ୱ ମଲ୍ଲିକ

ଭୁବନେଶ୍ୱର: ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ୱ ମଲ୍ଲିକ। କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ, ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ମିଶୁଛନ୍ତି। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ୱ ମଲ୍ଲିକ।

ସେପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ଆସନ୍ତା ୬ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି । ଅପରପକ୍ଷେ ଗତ ଅକ୍ଟୋବର ୨୦ ତାରିଖରେ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ବିଶ୍ୱରଞ୍ଜନ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ବରୀର ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ । ବିଜେଡିର ବିକାଶ ଧାରାକୁ ଆଗେଇ ନେବାକୁ ବିଜେଡିରେ ମିଶିଲେ ବିଶ୍ବ । ରାସ୍ତାଘାଟ, ମେଡିକାଲ, କଲେଜର ଉନ୍ନତି ହେବ । ରତ୍ନଗିରିର ଉନ୍ନତି ହେବ । ଦଳ ଯାହା ନିଷ୍ପତ୍ତି ନେବ ତାହା ମାନିବେ ବୋଲି କହିଛନ୍ତି ବିଶ୍ବ ମଲ୍ଲିକ । ବିଜେପି ଛାଡିବାର ୩ଟି କାରଣ ଥିବା ସେ କହିଛନ୍ତି । କେନ୍ଦ୍ରରେ ସରକାର ସତ୍ତ୍ବେ ବରୀର ବିକାଶ କଲାନି ବିଜେପି । ୨୦୧୯ରେ ଦଳରେ ଗୋଷ୍ଠୀବାଦ ହେଲା । ବରୀରେ ମୁସଲମାନ ସମ୍ପ୍ରଦାୟ ଭୋଟ୍ ଦେଲେନି । ଏଥିପାଇଁ ବିଜେପି ଛାଡିଥିବା ସେ କହିଛନ୍ତି । ୨୦୧୪ରେ ସ୍ବାଧୀନ ଭାବେ ଲଢିଥିଲେ ବିଧାନସଭା ନିର୍ବାଚନ । ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ ବିଶ୍ବ । ୨୦୧୯ରେ ବିଜେପିରୁ ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ ।

Also Read  ତାଳଚେର ମେଡିକାଲ କଲେଜ ପରିଚାଳନା କରିବେ ରାଜ୍ୟ ସରକାର

LEAVE A REPLY

Please enter your comment!
Please enter your name here