ଦୀର୍ଘ ସମୟ ଧରି ଅଟକି ରହିଛି ତପସ୍ଵିନୀ ଏକ୍ସପ୍ରେସ୍ : ଜଙ୍ଗଲ ମଝିରେ ଯାତ୍ରୀ ହଇରାଣ

0
482
ତପସ୍ଵିନୀ ଏକ୍ସପ୍ରେସ୍
ତପସ୍ଵିନୀ ଏକ୍ସପ୍ରେସ୍

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ ଶିକର ରେଳଷ୍ଟେସନ ମଝିରେ ଦୀର୍ଘ ସମୟ ଧରି ତପସ୍ଵିନୀ ଏକ୍ସପ୍ରେସ୍ ଅଟକି ରହିଛି। ହାଇ ପାୱାର ଲାଇନ୍ ଛିଣ୍ଡି ଯାଇଥିବା ଯୋଗୁ ଟ୍ରେନ୍ ଅଟକିଛି। ଜଙ୍ଗଲ ମଝିରେ ତପସ୍ଵିନୀ ଏକ୍ସପ୍ରେସ୍ ଅଟକିଥିବା ହେତୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।

ଏକ ଘରୋଇ କଂପାନୀ ରେଳ ଟ୍ରାକ୍ ନିକଟରେ କାମ କରୁଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁଁ  ଉଚ୍ଚ କ୍ଷମତା ସମ୍ପନ୍ନ ଲାଇନ୍ ଛିଣ୍ଡି ଯାଇଥିଲା । ଏହି ଲାଇନ୍‌ ତାର ସଂସ୍ପର୍ଶରେ ଆସିଲେ ଦୁର୍ଘଟଣା ଘଟିବା ଆଶଙ୍କାରେ ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ୍‌ଟି ଦୀର୍ଘ ସମୟ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ  ଅଧିକାରୀମାନେ ଘଟଣାସ୍ଥଳରେ ଛିଣ୍ଡି ଯାଇଥିବା ତାରକୁ  ସଜାଡିବାକୁ ଉଦ୍ୟମ କରୁଛନ୍ତି  । ହଠାତ୍‌ ଜୋରରେ ଏକ ଶବ୍ଦ ହେବା ପରେ ଟ୍ରେନ୍‌ଟି ଅଟକି ଯାଇଥିଲା ।  ଟ୍ରେନ୍‌ଟି ଜଙ୍ଗଲ ମଝିରେ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି ବୋଲି କହିଛନ୍ତି  ଜଣେ ଯାତ୍ରୀ।

Also Read  President to Grace 40th Convocation Ceremony of OUAT