ରାଜ୍ୟରେ ୩୨୨ ପଜିଟିଭ୍ ଚିହ୍ନଟ, ୪୨ ଶିଶୁ ସଂକ୍ରମିତ

0
582
India's Daily Covid Cases Number Declines;1.07 Lakh In A Day
India's Daily Covid Cases Number Declines;1.07 Lakh In A Day

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୪୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯ ଜଣ, କଟକରୁ ୧୯ ଜଣ, ଅନୁଗୁଳରୁ ୨ଜଣ, ବାଲେଶ୍ବରରୁ ୬ଜଣ, ବରଗଡ଼ରୁ ଜଣେ, ଭଦ୍ରକ ଜିଲ୍ଲାରୁ ୭ ଜଣ, ବୌଦ୍ଧରୁ ୧ ଜଣେ,  ଢେଙ୍କାନାଳରୁ ୩ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୯ ଜଣ, ଯାଜପୁରରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କଳାହାଣ୍ଡିରୁ ୨ଜଣ, କେନ୍ଦୁଝରରୁ ଜଣେ, ମ‌ାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ଜଣେ, ସମ୍ୱଲପୁରରୁ ୧୦ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ୧୦ ଲକ୍ଷ ୪୨ ହଜାର ୪୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୦ହଜାର ୦୨୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୦୦୦ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି।

Also Read  ଗୁପ୍ତଧନ ସନ୍ଦେହରେ ଏମାରମଠରେ ଖୋଳିଲେ, ବାହାରିଲା ଲୁହା