ଘରକୁ ଘର ବୁଲିବା ଯୋଗୁ ବଢ଼ୁଛି ଟିକାକରଣ : ଦୀପାବଳୀରେ ସଚେତନ ହେବାକୁ ପଡ଼ିବ

0
596
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

 ବାଣ ଫୁଟାଇବା ବେଳେ ଶିଶୁଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର

ଭୁବନେଶ୍ୱର : ରାଜ୍ୟରେ ଘରକୁ ଘର ଯାଇ ଟିକାକାରଣ କରିବା ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଟିକାକରଣ ସଂଖ୍ୟା ବଢ଼ିଛି। ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଟିକା ନିଅନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ। ସେମାନେ ସରକାରଙ୍କ ଶେଷ ମୁହୂର୍ତ୍ତର ଏହି ସୁବିଧାର ଲାଭ ଉଠାନ୍ତୁ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ,  ଆସନ୍ତାକାଲି ଦୀପାବଳି। ତେଣୁ ସମସ୍ତେ ସତର୍କ ରହି ଏହି ପର୍ବକୁ ପାଳନ କରନ୍ତୁ। ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରି ପରିବେଶକୁ ସୁରକ୍ଷିତ ରଖନ୍ତୁ। ବାଣ ଫୁଟାଇବା ବେଳେ ଦୃଘଟଣା ଘଟିବାର ସମ୍ଭାବନା ଥିବାରୁ ଶିଶୁମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର। ଏହା ସହ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା ଜରୁରୀ।

କରୋନା ରୋଗୀଙ୍କ ସଂଖ୍ୟା ଏବେ କମ ଅଛି। ଆଇସିୟୁରେ ମଧ୍ୟ କମ ରୋଗୀ ଭର୍ତ୍ତି ହେଉଛନ୍ତି। ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି ତାମାନେ ନୁହେଁ ଯେ ଆମେ ବିପଦମୁକ୍ତ ହୋଇଗଲେ। ଏବେ ଅଲଗା ଦେଶରେ ସଂକ୍ରମଣ ବଢୁଛି। ତେଣୁ ଏ‌ବେ ଆମକୁ ସଚେତନ ହେବାକୁ ପଡ଼ିବ। ବିପଦ ସୃଷ୍ଟି ହେବା ଭଳି ପରିସ୍ଥିତି ନଆସିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ।

 

Also Read  Odisha Reports 141 New Covid Positive Cases; 58 Cases From Khurda District